Latest Odisha News

BREAKING NEWS

ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସଙ୍ଗରେ ହେଲେ ପ୍ରତି ୧୫ ବର୍ଷରେ ଦରକାର ହେବ ୧୦ ହଜାର କୋଟିର ଇଭିଏମ: ଇସିଆଇ

ନୂଆଦିଲ୍ଲୀ: ଦେଶରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକସଙ୍ଗରେ ହେଲେ ପ୍ରତି ୧୫ ବର୍ଷରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ । ନୂଆ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ କିଣିବା ପାଇଁ ନିର୍ବାଚନ ଆୟୋଗଙ୍କୁ ଏହି ଟଙ୍କା ଦେବାକୁ ପଡ଼ିବ। ଭାରତୀୟ ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ଲେଖିଥିବା ଏକ ଚିଠିରେ ଏହା ଉଲ୍ଲେଖ କରିଛନ୍ତି ।

ଥରେ ଇଭିଏମ୍ କିଣା ଗଲେ ୧୫ ବର୍ଷ ଚାଲିଥାଏ । ଏକସଙ୍ଗରେ ସାରା ଦେଶରେ ନିର୍ବାଚନ କରାଗଲେ ଇଭିଏମର ଗୋଟିଏ ସେଟ୍‌ ତିନି ପର୍ଯ୍ୟାୟ ନିର୍ବାଚନ ପାଇଁ କରାଯାଇପାରିବ । ଏକସଙ୍ଗରେ ନିର୍ବାଚନ କଲେ ପ୍ରତି ମତଦାନ କେନ୍ଦ୍ରରେ ଇଭିଏମର ଦୁଇଟି ସେଟ୍ ପାଇଁ ଦରକାର ପଡ଼ିବ ।

ନିର୍ବାଚନ କମିଶନ ଗତ ବର୍ଷ ଫେବ୍ରୁଆରୀରେ ଆଇନ ମନ୍ତ୍ରାଳୟକୁ ଏନେଇ ଚିଠି ଲେଖିଥିଲେ । ଏଥିରେ କୁହାଯାଇଥିଲା ଏକସଙ୍ଗରେ ନିର୍ବାଚନ କରାଇଲେ ଅତି କମରେ ୪୬,୭୫,୧୦୦ ବାଲାଟ୍ ୟୁନିଟ୍, ୩୩,୬୩,୩୦୦ କଣ୍ଟ୍ରୋଲ ୟୁନିଟ୍ ଏବଂ ୩୬,୬୨,୬୦୦ ଭିଭିପିଏଟି ମେସିନ ଦରକାର ପଡ଼ିବ । ନିର୍ବାଚନ ଆୟୋଗ କହିଛନ୍ତି ଯେ ଲୋକସଭା ଏବଂ ବିଧାନସଭାର ଏକସଙ୍ଗରେ ପ୍ରଥମ ନିର୍ବାଚନ ୨୦୨୯ରେ ହୋଇପାରିବ ଏବଂ ଏଥିପାଇଁ ସମ୍ୱିଧାନର ପାଞ୍ଚଟି ଅନୁଚ୍ଛେଦରେ ସଂଶୋଧନ କରିବାକୁ ପଡ଼ିବ ।

 

 

Comments are closed.