Latest Odisha News

ପ୍ରବଳ ବର୍ଷା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: ପ୍ରବଳ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଅସ୍ଥାୟୀ ଭାବେ ବନ୍ଦ ରହିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନ।

ମିଳିଥିବା ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଙ୍ଗଲ ରାସ୍ତା କାଦୁଅ ହୋଇଯିବାରୁ ବନ ବିଭାଗ ଜାତୀୟ ଉଦ୍ୟାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଉଦ୍ୟାନର ଜଙ୍ଗଲ ଭିତରକୁ ଯିବା ଆସିବା କରିବାରେ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ କହିଛନ୍ତି।

ଏହି ଅଞ୍ଚଳରେ ଏବେ ବି ବର୍ଷା ଲାଗି ରହିଥିବାରୁ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ବିଭାଗ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ ବୋଲି ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଟାୱାର, ମୋବାଇଲ୍ ନେଟୱର୍କ ସୁବିଧା, ସୁନିର୍ମିତ ରାସ୍ତା ଓ କଂକ୍ରିଟ ପୋଲ ଭଳି ଅତ୍ୟାବଶ୍ୟକ ସୁବିଧା ପାଇଁ ସ୍ଥାନୀୟ ବାସିନ୍ଦା ଗତ ନଭେମ୍ବର ୨୭ ତାରିଖରେ ଜଶିପୁରଠାରେ ପ୍ରବେଶ ପଥ ଅବରୋଧ କରିବାରୁ ଏକ ମାସ ପାଇଁ ବନ୍ଦ ରହିଥିଲା।

Comments are closed.