Latest Odisha News

ଭିଆଇପିଙ୍କୁ ଅଯୋଧ୍ୟା ମନା!

ଉତ୍ତର ପ୍ରଦେଶ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଜନ ସମୁଦ୍ର ପାଲଟିଛି ଅଯୋଧ୍ୟା ନଗରୀ। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପୂରି ଉଠୁଛି ସହର। ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଏକ ଅନୁରୋଧ କରିଛନ୍ତି।

ମଙ୍ଗଳବାର ୫ଲକ୍ଷରୁ ଅଧିକ ଲୋକ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଲୋକ ଗହଳିକୁ ଦୃଷ୍ଟିରେ ରଖି ଏବେ ମନ୍ଦିରରେ ଦର୍ଶନ ସମୟକୁ ବୃଦ୍ଧି କରାଯାଇଛି। ଏବେ ସକାଳ ୬ରୁ ରାତି ୧୦ଟା ଯାଏଁ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିପାରିବେ।

ଭିଡକୁ ଦୃଷ୍ଟିରେ ରଖି ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଭିଆଇପିଙ୍କୁ ଆଗାମୀ ୧୦ଦିନ ଯାଏଁ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କରିଛନ୍ତି। ସିଏମ ଯୋଗୀ ଭିଆଇପିଙ୍କୁ ଆଗ୍ରାହ୍ୟ କରିଛନ୍ତି ଯେ, କିଛିଦିନ ପାଇଁ ଅଯୋଧ୍ୟାକୁ ନ ଆସନ୍ତୁ। ଯଦି ଆସୁଛନ୍ତି ତେବେ ଆସବାର ଏକ ସପ୍ତାହ ପୂର୍ବରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କିମ୍ବା ରାଜ୍ୟ ସରକାରଙ୍କୁ ସୂଚନା ଦିଅନ୍ତୁ।

Comments are closed.