Latest Odisha News

BREAKING NEWS

IPS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ପୋଲିସ କମିଶନର, ସଞ୍ଜୀବ ପଣ୍ଡା ହେଲେ ନୂଆ ସିପି

ଭୁବନେଶ୍ୱର: IPS ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।ଭୁବନେଶ୍ବର-କଟକ ଟ୍ବିନ୍‌ ସିଟିର ପୋଲିସ କମିଶନରଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସଞ୍ଜୀବ ପଣ୍ଡାଙ୍କୁ ଦାୟିତ୍ଵ ଦିଆଯାଇଛି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି । ଯାହାକି ପୂର୍ବରୁ ସଞ୍ଜୀବ ପଣ୍ଡାଙ୍କ ଅଧିନରେ ଥିଲା । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିଭଳି କଟକ ଡିସିପି ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ବଦଳି କରାଯାଇଛି । ପୁରୀ ଏସପି କନଓ୍ବର ବିଶାଳ ସିଂହଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି । ଦୀପକ କୁମାରଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି, ବି. ଯୁଗଳ କିଶୋରଙ୍କୁ କେନ୍ଦ୍ରାପଡ଼ା ଏସପି ଓ ସନ୍ତୋଷ ବାଲାଙ୍କୁ ପୋଲିସ ହାଉସିଂ ବୋର୍ଡର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଉତ୍ତରାଞ୍ଚଳ ଆଇଜି ଭାବେ ହିମାଂଶୁ ଲାଲଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଭାବେ ଦୀପକ କୁମାରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ରେଞ୍ଜ ଆଇଜି ଭାବେ ଓ ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି । ଢେଙ୍କାନାଳ ଏସପି ଭାବେ ମଡକର ସନ୍ଦୀ ସମ୍ପଦଙ୍କୁ ଦାୟିତ୍ୱ ମିଳିଥିବା ବେଳେ ବିବେକାନନ୍ଦ ଶର୍ମାଙ୍କୁ ହେଡକ୍ୱାର୍ଟର ଏଆଇଜି ଭାବେ ଦାୟିତ୍ୱ ମିଳିଛି ।

Leave A Reply

Your email address will not be published.