Latest Odisha News

ବିଜେପିରେ ମିଶିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ 

ଭୁବନେଶ୍ୱର: ବିଜେପିରେ ମିଶିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେ ଦଳରେ  ସାମିଲ ହୋଇଛନ୍ତି।

ମାଷ୍ଟରକ୍ୟାଂଟିନ ଛକରୁ ବିଜେପି ପାର୍ଟି ଅଫିସ ଯାଏଁ ଏକ ବିଶାଳ ଶୋଭାଯାତ୍ରା ଏହି ଅବସରରେ ହୋଇଥିଲା। ଲଗାତାର କିଛି ଦିନ ହେବ ଚର୍ଚ୍ଚା ହେଉଥିଲା ଯେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ରାଜନୀତିକୁ ଆସିବେ ବୋଲି କିନ୍ତୁ କେଉଁ ଦଳ ସହ ଯୋଡ଼ି ହେବେ ସେକଥା ଉପରୁ ପରଦା ଉଠାଉନଥିଲେ ଅର୍ଦ୍ଧେନ୍ଦୁ।

ଏବେ ସେ ପଦ୍ମ ଶିବିରରେ ଯୋଗ ଦେବା ପରେ ଚର୍ଚ୍ଚା ହେଉଛି ଯେ ଅର୍ଦ୍ଧେନ୍ଦୁ ପୁରୀ, ଗଞ୍ଜାମ କିମ୍ବା ଜଟଣୀରୁ ପ୍ରାର୍ଥୀ ହୋଇପାରନ୍ତି।

୩୦ ବର୍ଷ ଧରି ସାମ୍ବାଦିକତାରେ ଅଛନ୍ତି ଅର୍ଦ୍ଧେନ୍ଦୁ ଦାସ। ଟିଭି ସାମ୍ବାଦିକତା କ୍ଷେତ୍ରରେ ବେଶ୍ ଲୋକପ୍ରିୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ। ବିଗତ ଦିନରେ ଟଙ୍କା ନେଣଦେଣକୁ ନେଇ ଏକ ମାମଲାରେ ଫସିବା ପରେ ଇଓଡବ୍ଲୁ ତାଙ୍କୁ ଗିରଫ କରିଥିଲା। ଏହାପରେ ସେ ଜେଲ ଯାଇଥିଲେ। କିନ୍ତୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲେ।

ତେବେ ଓଡିଶା ରାଜନୀତିରେ ଏହାପୂର୍ବରୁ ଅନେକ ସାମ୍ବାଦିକ ରାଜନୀତିରେ ପାଦ ଥାପିଛନ୍ତି, ସଦ୍ୟ ଉଦାହରଣ ବିଜେଡି ଆଇଟି ସେଲ ସହ ଯୋାଡିହୋଇଥିବା ସ୍ୱୟଂ ପ୍ରକାଶ ମହାପାତ୍ର, ସତ୍ୟ ପ୍ରକାଶ ନାୟକ, ଗୌତମ ବୁଦ୍ଧ ଦାସ ଇତ୍ୟାଦି ଅନେକ ରହିଛନ୍ତି। ସତ୍ୟ ପ୍ରକାଶ ନାୟକ ଅନ୍ତିମ ନିର୍ବାଚନରେ ପୁରୀ ଲୋକସଭାରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇଥିଲେ। ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ହେଲେ ଏଯାବତ ଅନ୍ୟ କୌଣସି ଦଳ ସହ ଯୋଡି ହୋଇନାହାନ୍ତି।

Comments are closed.