Latest Odisha News

ମାନବ ମସ୍ତିଷ୍କରେ ଚିପ୍ ପ୍ରତିରୋପଣ ସଫଳ ହୋଇଛି : ଏଲନ ମସ୍କ

ଓ୍ବାଶିଂଟନ: ଏବେ ହାତ ନୁହେଁ ମସ୍ତିଷ୍କ ନିର୍ଦ୍ଦେଶରେ ଚାଲିବ ଫୋନ ଓ କମ୍ପ୍ୟୁଟର। ବ୍ରେନରେ ଚିପ ପ୍ରତିରୋପଣ ସଫଳ ହୋଇଥିବା ସୂଚନା ଦେଇଛନ୍ତି ଏକ୍ସର ପ୍ରତିଷ୍ଠାତା ଏଲନ ମସ୍କ। ନ୍ୟୁରୋଲିଙ୍କ କମ୍ପାନୀ ମଣିଷଙ୍କ ମସ୍ତିଷ୍କରେ ଚିପ ଲଗାଇବା ସଫଳ ହୋଇଛି ବୋଲି ସେ ଘୋଷଣା କରିଛନ୍ତି ।ଯେଉଁ ବ୍ୟକ୍ତିଙ୍କ ବ୍ରେନରେ ଚିପ ପ୍ରତିରୋପଣ କରାଯାଇଛି ସେ ସୁସ୍ଥ ଅଛନ୍ତି। ବର୍ତ୍ତମାନ ଫଳାଫଳ ଦେଖିବାକୁ କମ୍ପାନୀ ଅପେକ୍ଷା କରିଛି ବୋଲି ମସ୍କ କହିଛନ୍ତି ।

ଯେଉଁ ବ୍ୟକ୍ତିଙ୍କ ମସ୍ତିଷ୍କରେ ଚିପ ଲଗାଯାଇଛି, ସେ କମ୍ପାନୀର ଡାକ୍ତରୀ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ରହିବେ। କମ୍ପାନୀ ଏହାର ସମସ୍ତ ଖର୍ଚ୍ଚ ବହନ କରିବ । ମସ୍କ ଏକ ପୋଷ୍ଟରେ ଲେଖିଛନ୍ତି, ଏହାର ଫଳାଫଳ ଦେଖାଯିବାକୁ ପ୍ରାୟ ୬ ବର୍ଷ ଲାଗିବ ।ଏହି ଚିପ ମାଧ୍ୟମରେ ମାନବ ମସ୍ତିଷ୍କ କମ୍ପ୍ୟୁଟର ଏବଂ ମୋବାଇଲ ଚଳାଇବ। ଦୃଷ୍ଟିବାଧିତମାନେ ଦେଖିପାରିବେ। ମସ୍ତିଷ୍କ ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ ହେବ ଯାହା ହାତ ଏବଂ ପାଦ ଦ୍ୱାରା କରାଯାଇଥାଏ।

ଚିପଟି ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇ ପ୍ରତିରୋପଣ ହୋଇଛି। ଏହା ମସ୍ତିଷ୍କର ଗତି ନିୟନ୍ତ୍ରଣ କରୁଥିବା ସ୍ନାୟୁ ସହ ସଂଯୋଗ କରାଯାଇଛି । ଏକ ରୋବଟ ବ୍ୟବହାର କରି ଅସ୍ତ୍ରୋପଚାର କରାଯାଇଥିଲା। ନ୍ୟୁରୋଲିଙ୍କ ଏକ ମୁଦ୍ରା ଆକାରର ଉପକରଣ ତିଆରି କରିଛି, ଯାହା କମ୍ପ୍ୟୁଟର, ମୋବାଇଲ କିମ୍ବା ମସ୍ତିଷ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିପାରିବ। ଏହି ଡିଭାଇସ ମସ୍ତିଷ୍କରେ ଲଗାଗଲେ ଜଣେ ପକ୍ଷାଘାତ ବ୍ୟକ୍ତି କମ୍ପ୍ୟୁଟର ଏବଂ ଫୋନ ବ୍ୟବହାର କରିବାରେ ସକ୍ଷମ ହେବେ।

Comments are closed.