Latest Odisha News

BREAKING NEWS

ଜେଲ ହାଜତରେ ରାତି କାଟିବେ ହେମନ୍ତ ସୋରେନ, କାଲି ହୋଇପାରେ ରିମାଣ୍ଡ ଶୁଣାଣି 

ନୂଆଦିଲ୍ଲୀ: ଜମି ଘୋଟାଲା ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହୋଇଛନ୍ତି। ତାଙ୍କ ନ୍ୟାୟିକ ହେପାଜତକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଆଜି ଗୋଟିଏ ଦିନ ପାଇଁ ଜେଲରେ ରାତି କଟାଇବେ ହେମନ୍ତ । ସେ ସଂଘର୍ଷ ଜାରି ରଖିବେ ବୋଲି କହିଛନ୍ତି।

ତଦନ୍ତକାରୀ ସଂସ୍ଥା ଇଡି ଅଦାଲତଙ୍କୁ କହିଛି ଯେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ରାଜ୍ୟରେ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତିରେ ସିଧାସଳଖ ସମ୍ପୃକ୍ତ ଅଛନ୍ତି। ସେ ଜମି ଅଧିଗ୍ରହଣ, ଦଖଲ ଏବଂ ଅପରାଧର ଆୟ ବ୍ୟବହାରରେ ସିଧାସଳଖ ସମ୍ପୃକ୍ତ ଥିଲେ। ତଦନ୍ତକାରୀ ସଂସ୍ଥା ଇଡିର ୧୦ ଦିନିଆ ରିମାଣ୍ଡ ଆବେଦନ କରିଛି। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହେମନ୍ତ ସୋରେନ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଆସନ୍ତାକାଲି ଏହାର ଶୁଣାଣି ହେବାର ଅଛି। ଏହାକୁ ଦୃଷ୍ଟିରେ ରଖି ପିଏମଏଲଏ କୋର୍ଟ ଇଡିର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରି ନାହାନ୍ତି। ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପିଏମଏଲଏ କୋର୍ଟ ରିମାଣ୍ଡ ଆବେଦନ ଉପରେ ଶୁଣାଣି କରିବେ। ମାମଲାର ଶୁଣାଣି ଶେଷ ନ ହେବା ଯାଏ ହେମନ୍ତ ସୋରେନ ଜେଲରେ ରହିବେ।

Comments are closed.