ବିଶାଖାପାଟଣା:ଡରରେ ଥରିବ ଶତ୍ରୁ। କାରଣ ଖୁବଶୀଘ୍ର ଭାରତୀୟ ନୌସେନାରେ ଶନିବାର ସର୍ଭେ ସିପ୍ ‘ସନ୍ଧ୍ୟାକ୍’ ସାମିଲ ହେବ। ଶନିବାର ଦିନ
ବିଶାଖାପାଟଣା ନୌସେନା ଡକୟାର୍ଡରେ ଅନୁଷ୍ଠିତ ହେବାକୁ ଯାଉଛି କାର୍ଯ୍ୟକ୍ରମ। ଯେଉଁଠି ଏହି ଜାହାଜ କୁ ସାମିଲ୍ କରାଯିବ ନୌସେନାରେ। କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ନୌସେନା ମୁଖ୍ୟ ଆଡମିରାଲ ଓ ନୌସେନା ପୂର୍ବ କମାଣ୍ଡର ଫ୍ଲାଗ୍ ଅଫିସରମାନେ ଉପସ୍ଥିତ ରହିବେ।
ନୂଆ ରୂପରେ ଏହାର ଲଂଚ ହେବା ପୁର୍ବରୁ ସମସ୍ତ ପ୍ରକାରର ପରୀକ୍ଷା ନିରୀକ୍ଷା ସରିଛି। ଏହି ସର୍ଭେ ଜାହାଜ କୁ କୋଲକାତାର ଗାର୍ଡନରିଚ୍ ସିପ୍ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ (ଜିଆରଏସ୍ଇ) ନିର୍ମାଣ କରିଛନ୍ତି। ଯଦି ଏହାର ବିଶେଷତ୍ଵ ଉପରେ ଆଲୋଚନା କରାଯାଏ ତେବେ, ସିପ୍ ଟି ଶତ୍ରୁ ଜାହାଜ ଉପରେ ନଜର ରଖିବ।ସାମୁଦ୍ରିକ ନେଭିଗେସନକୁ ସହଜ କରିବା ଓ ସମୁଦ୍ରର ଗଭୀରତା ଉପରେ ନଜର ରଖିବା ସହ ସୁରକ୍ଷାକୁ ତ୍ଵରାନିତ କରିବ। ସନ୍ଧ୍ୟାକ୍ ର ଧାରଣ କ୍ଷମତା ଦେଖିଲେ, ଦୁଇଟି ଡିଜେଲ ଚାଳିତ ଇଞ୍ଜିନରେ ଚାଲୁଥିବା ଏହି ଜାହାଜରେ ୧୮ ଅଧିକାରୀ ଓ ୧୬୦ ସୈନିକକଙ୍କୁ ମୁତୟନ କରାଯାଇପାରିବ।
ପାଖାପାଖି ୮୦% ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସନ୍ଧ୍ୟାକ୍ ରେ ଚେତକ ହେଲିକପ୍ଟର ମୁତୟନ ହୋଇପାରିବ। କାରଣ ଏହାର ଓଜନ ୩,୪୦୦ ଟନ୍ ଥିବା ବେଳେ ଲମ୍ବା ୨୮୮ ଫୁଟ ରହିଛି। ବିଶେଷ କଥା ହେଉଛି ଯେ, ସମୁଦ୍ରରେ ଗୁଇନ୍ଦାଗିରି କରୁଥିବା ଚୀନ୍ ଜାହାଜମାନଙ୍କର ଜବାବ ଦେବ ସନ୍ଧ୍ୟାକ୍। ବନ୍ଦରରୁ ଆରମ୍ଭ କରି ଉପକୂଳ କ୍ଷେତ୍ରର ସର୍ଭେ କରିବା ସହ ସମୁଦ୍ରର ଗଭୀରତାରେ ହାଇଡ୍ରୋଗ୍ରାଫିକ ସର୍ଭେ କରି ଅନେକ ସୂଚନା ଦେବ।