Latest Odisha News

ଡ୍ରେନରେ ପଶିଗଲା ଚଳନ୍ତା କାର୍, ଗୋଟିଏ ପରିବାରର ୬ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଡ୍ରେନରେ ପଶିଗଲା କାର ।ଫଳରେ କାରରେ ଥିବା ଗୋଟିଏ ପରିବାରର ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଶିଶୁ ଗୁରୁତର ହୋଇଛନ୍ତି। କାନପୁର ଜିଲ୍ଲାର ଦେହାତ ନିକଟରେ ଘଟିଛି ଏହି ଦୁର୍ଘଟଣା। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

ସିକନ୍ଦର ସନ୍ଦଲପୁର ରାସ୍ତା ନିକଟ ଜଗନ୍ନାଥପୁର ନିକଟରେ ଭୋରରୁ ଏହି ଦୁର୍ଘଟଣା ଘଟିଛି। ଜଣେ ସଂପର୍କୀୟଙ୍କ ତିଳକ ଉତ୍ସବରେ ଯୋଗଦେଇ ସମସ୍ତେ ଫେରୁଥିଲେ। କାରଟି ଦ୍ରୁତ ବେଗରେ ଆସୁଥିଲା। ହଠାତ ବର୍ଷା ଯୋଗୁଁ ରାସ୍ତାରେ ଥିବା ଡ୍ରେନ ଦେଖାଯାଇନଥିଲା। ଫଳରେ କାରଟି ଡ୍ରେନ ଭିତରେ ଖସିପଡିଥିଲା। ସଙ୍ଗେସଙ୍ଗେ ପୋଲିସ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜେସିବି ସାହାଯ୍ୟରେ କାରକୁ ବାହାରକୁ ଅଣାଯାଇଥିଲା। ଏଥିରୁ ୬ଟି ମୃତଦେହ ଉଦ୍ଧାର ହୋଇଥିଲା। ମୃତକମାନେ ହେଲେ ବିକାଶ, ତାଙ୍କ ଭାଇ ସଞ୍ଜୁ, ଖୁସବୁ, ଗୋଲୁ, ପ୍ରାଚୀ, ପ୍ରତୀକ। ସମସ୍ତେ ନାବାଳକ ବୋଲି ଜଣାପଡିଛି। ତେବେ ସୌଭାଗ୍ୟ ବଶତଃ ୨ଶିଶୁ ବଞ୍ଚିଯାଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ କରୁଛି ପୋଲିସ।

Comments are closed.