Latest Odisha News

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସପି

କେନ୍ଦୁଝର: କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ଗୁରୁବାର ସକାଳେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଏସପି ଆଜି ସକାଳେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପରିଦର୍ଶନରେ ଯାଉଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ଝାରବେଡା ଛକ ନିକଟରେ ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଏସପିଙ୍କୁ ସାମାନ୍ୟ ଆଘାତ ଲାଗିଥିବା ନେଇ ଜଣାପଡିଛି ।

ଖବର ପାଇଁ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଗାଡି ଚାଳକଙ୍କୁ ହେପାଜତରେ ନେଇଛି ।

ତେବେ ପରବର୍ତ୍ତୀ ସମୟରେ ଏସପି ଅନ୍ୟ ଏକ ଗାଡିରେ ହେଡକ୍ୱାର୍ଟର ଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.