Latest Odisha News

BREAKING NEWS

ବାଲେଶ୍ୱର: କୋଠା ବିସ୍ଫୋରଣ ଘଟଣାରେ ଜଣେ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମ ନିକଟରେ ଅକ୍ଟୋବର ୩ ତାରିଖରେ ଏକ ତିନି ମହଲା କୋଠାରେ ହୋଇଥିବା ବିସ୍ଫୋରଣର ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

ସମ୍ପୃକ୍ତ ଅଭିଯୁକ୍ତର ନାମ ଶ୍ରୀଧର ମହାନ୍ତି ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଉକ୍ତ ଗ୍ରାମର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା ବିଶିଷ୍ଟ କୋଠାର ପ୍ରଥମ ମହଲାରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଫଳରେ ଘରର କାନ୍ଥ ଭାଙ୍ଗି ଛିନଛତ୍ର ହୋଇଯାଇଥିବା ବେଳେ ଘରର ଉପର ମହଲାରେ ଶ୍ରୀଧର ମହାନ୍ତି ନାମକ ଜଣେ ମାର୍ବଲ ମିସ୍ତ୍ରୀ ଭଡାରେ ରହୁଥିବା ବେଳେ ଏହି ବିସ୍ଫୋରଣ ପରେ ସେ ନିଖୋଜ ହୋଇଯାଇଥିଲେ ।

ଏହାବ୍ୟତିତ ଅନ୍ୟଏକ ମହଲାରେ ରହୁଥିବା ବିହାରର ସୁମିତ ନାମକ ଜଣେ ବ୍ୟକ୍ତିଙ୍କର ମଧ୍ୟ ବିସ୍ଫୋରଣ ପରେ ସେମାନଙ୍କର କୌଣସି ପତ୍ତା ମିଳିନଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.