Latest Odisha News

ବୁଧବାର ଗଞ୍ଜାମ ସମ୍ ହସ୍ପିଟାଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସିତାଲାପଲ୍ଲୀରେ ସମ୍ ହସ୍ପିଟାଲର ନୂଆ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ।ସୋଆ(ଏସଓଏ) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସିତାଲାପଲ୍ଲୀ କ୍ୟାମ୍ପସ ଦକ୍ଷିଣ ଓଡ଼ିଶାରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ବଢ଼ୁଥିବା ଆବଶ୍ୟକତାକୁ ପୂରଣ କରିବ। ଏଥିରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା, ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ୨୪×୭ଟି ଜରୁରୀକାଳୀନ ସେବା ଉପଲବ୍ଧ ହେବ।

ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲକୁ ପରବର୍ତ୍ତୀ ସମୟରେ ୫୦୦ ଶଯ୍ୟା ବିଶିଷ୍ଟ କରାଯିବ। ଗତ ଜାନୁଆରି ମାସରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର-କଟକ ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥର ଫୁଲନଖରାଠାରେ ସମ୍ ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସକୁ ଉଦଘାଟନ କରିଥିଲେ।

ରାଜଧାନୀର ଖଣ୍ଡଗିରି ଠାରେ ଥିବା ସମ୍ ହସ୍ପିଟାଲ କମ୍ ପଇସାରେ ଗୁଣାତ୍ମକ ଚିକିତ୍ସା ପ୍ରଦାନ କରି ସାରା ରାଜ୍ୟରେ ସୁନାମ ଲାଭ କରିସାରିଛି। ଏହାପରେ ସଂପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ରାଜ୍ୟର ଅନ୍ୟ ଜିଲ୍ଲାରେ ହସ୍ପିଟାଲର ଶାଖା ଖୋଲି ରାଜ୍ୟର ସ୍ବାସ୍ଥ୍ୟସେବାକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି।

Comments are closed.