ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦୁଇ ଦଳ ପରସ୍ପର ସହିତ କୋଳାକାଳି ବୋଲି ଅଭିଯୋଗ ହୋଇଛି। ଏହି ସମ୍ପର୍କକୁ ନେଇ ଏବେ ପୁଣିଥରେ ଆଲୋଚନା ହେଉଛି। ଏହାରି ଭିତରେ ରାଜ୍ୟର ପରସ୍ପରକୁ ପ୍ରତିଦ୍ବନ୍ଦୀ ବୋଲି ବିବେଚନା କରୁଥିବା ବିଜେଡି ଓ ବିଜେପି ପ୍ରତିକ୍ରିୟା ରଖିଛନ୍ତି। ଏବଂ ଏହି ସମ୍ପର୍କ ପଛର ଉଦ୍ଦେଶ୍ୟ କଣ ହୋଇପାରେ ବୋଲି କଂଗ୍ରେସ ପ୍ରଭାରୀ କହିଛନ୍ତି।
ବିଜେଡି ନେତା ମୁନ୍ନା ଖାଁ କହିଛନ୍ତି, ରାଜ୍ୟର ସ୍ବାର୍ଥକୁ ଦେଖି ଦଳ ଅଶ୍ବିନୀଙ୍କୁ ସମର୍ଥନ କରିଛି। ଦୁଇ ଦଳ ମଧ୍ୟରେ ଭିତିରି ବୁଝାମଣା ଅଭିଯୋଗକୁ ଖାରଜ କରିଛନ୍ତି।
ଏହାରି ଭିତରେ ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରିବା ଅର୍ଥ ରାଜ୍ୟରେ ରେଳଭିତ୍ତିଭୂମି ଏବଂ ଟେଲିକମ ଶିଳ୍ପର ବିକାଶ ହୋଇଛି। ଯାହାକୁ ଶାସକ ଦଳର ସୁପ୍ରିମୋ ଅର୍ଥାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରି ଅଶ୍ୱିନୀଙ୍କୁ ସମର୍ଥନ କରିଛନ୍ତି । ଆଉ ଆଗାମୀ ଦିନରେ ବିଜେଡି କେନ୍ଦ୍ର ଅବହେଳା କଥା କହିପାରିବ ନାହିଁ। ତେବେ ବିଜେପି ପ୍ରାର୍ଥୀକୁ ବିଜେଡି ସମର୍ଥନ କରିଛି। ଏଥିରେ ଘନିଷ୍ଠତା ବୋଲି କିଛି ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପଟେ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି, ବିଜେଡି ସବୁବେଳେ ବିଜେପିକୁ ସମର୍ଥନ କରୁଛି । ଏବେ ଓଡ଼ିଆମାନେ ବୁଝିପାରୁଛନ୍ତି ଯେ ରାଜ୍ୟରେ ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳିଥିଲେ ମଧ୍ୟ ସିବିଆଇ- ଇଡି କାହିଁକି ଚଢାଉ କରୁନାହିଁ।
Comments are closed.