Latest Odisha News

ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡି ପାରନ୍ତି ଈଶାନ କିଶାନ, ଶ୍ରେୟାଶ ଆୟାର: ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ଟିମର ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାର ଓ ଈଶାନ କିଶାନ ରଣଜୀ ଟ୍ରଫି ନ ଖେଳିବା ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି । ରିପୋର୍ଟ ମୁତାବକ ବିସିସିଆଇ ଏହି ଦୁଇ ଖେଳାଳିଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଅସନ୍ତୁଷ୍ଟ ରହିଛି । ଏପରିକି ଏହି ଦୁଇ ଜଣ ବ୍ୟାଟ୍ସମ୍ୟାନଙ୍କୁ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ଦେବା ପାଇର୍ ଆଲୋଚନା ହୋଇଛି । ଏବେ ଶ୍ରେୟାଶ ଗ୍ରେଡ ବି ଓ ଈଶାନ ଗ୍ରେଡ ସିରେ ରହିଛନ୍ତି । ବିିସିସିଆଇ ସେକ୍ରେଟାରୀ ଜୟ ଶାହ କେନ୍ଦ୍ରୀୟ ଅନୁବନ୍ଧିତ ଓ ଭାରତ ଏ ଖେଳାଳିଙ୍କୁ ଘରୋଇ କ୍ରିକେଟରେ ନ ଖେଳିବା ନେଇ ଚେତାବନୀ ଜାରୀ କରିଥିଲେ ।

ଏବେ ବୋର୍ଡ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଚୁକ୍ତିବଦ୍ଧ ଖେଳାଳିଙ୍କ ନୂତନ ତାଲିକା ପ୍ରସ୍ତୁତ କରିଛନ୍ତି । ଖୁବ ଶୀଘ୍ର ବିଧିବଦ୍ଧ ଭାବେ ଏହାର ଘୋଷଣା କରାଯିବ । ଗତ ବର୍ଷ ନଭେମ୍ବରରେ ଈଶାନ ଶେଷ ଥର ପାଇଁ ଭାରତ ପକ୍ଷରୁ ଖେଳିଥିଲେ । ଏହା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରି ଯାଇଥିଲେ । ସେବେଠାରୁ ସେ ଟିମରୁ ବାହାରେ ଅଛନ୍ତି । ଅପରପକ୍ଷରେ ଶେୟାଶ ଆଘାତ ସମସ୍ୟା ଦର୍ଶାଇ ରଣଜୀରୁ ଓହରି ଯାଇଥିଲେ । ମାତ୍ର ଏନସିଏ ତାଙ୍କ ଫିଟ ଘୋଷିତ କରିବା ଯୋଗୁ ସେ ଅସୁବିଧାରେ ପଡି ଯାଇଛନ୍ତି ।

Comments are closed.