Latest Odisha News

ଅନନ୍ତ ଅମ୍ବାନୀଙ୍କ ଏତେ ମାତ୍ରାରେ ଓଜନ ବଢିବା ପଛରେ ଥିଲା ଏହି ରୋଗ, ଜାଣନ୍ତୁ…

ନୂଆଦିଲ୍ଲୀ: ଅନନ୍ତ ଅମ୍ବାନୀ ଗତ ୧୮ ମାସରେ ୧୦୮ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ । କିନ୍ତୁ ହଠାତ୍ ତାଙ୍କର ଓଜନ ପୁଣି ବଢିଯାଇଥିଲା । ଏନେଇ ଯେତେବେଳେ ନୀତା ଅମ୍ବାନୀଙ୍କ ସହ ଆଲୋଚନା କରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ଅନନ୍ତ ଜଣେ ଗୁରୁତର ଆଜମା ରୋଗୀ ଥିଲେ । ଏହି କାରଣରୁ ତାଙ୍କୁ ଷ୍ଟେରଏଡ ଖାଇବାକୁ ପଡିଲା ଏବଂ ତାଙ୍କର ଓଜନ ବଢିଯାଇଥିଲା । ଭାରତ ଏବଂ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏପଟେ ଅନନ୍ତ ଅମ୍ବାନୀଙ୍କ ଜୀବନଶୈଳୀ ବିଷୟରେ ସବୁ ସ୍ଥାନରେ ଏବେ ଆଲୋଚନା ହେଉଛି | ଅନନ୍ତ ଅମ୍ବାନୀଙ୍କ ଅସୁସ୍ଥତା ଏବଂ ତାଙ୍କର ବଢୁଥିବା ଓଜନକୁ ନେଇ ତାଙ୍କ ପ୍ରଶଂସକମାନେ ଏହାର କାରଣ ପଛରେ ପଡିଯାଇଛନ୍ତି ।

ଖବର ଅନୁଯାୟୀ, ୨୦୧୭ରେ ଏକ ସାକ୍ଷାତକାରରେ ନୀତା ଅମ୍ବାନୀ କହିଥିଲେ ଯେ, ଅନନ୍ତ ଜଣେ ଗୁରୁତର ଆଜମା ରୋଗୀ । ଯେଉଁଥିପାଇଁ ଆମକୁ ତାଙ୍କୁ ଅନେକ ଷ୍ଟେରଏଡ୍ ଦେବାକୁ ପଡିଲା । ଯେଉଁଥିପାଇଁ ଅନନ୍ତଙ୍କ ଓଜନ ବୃଦ୍ଧି ପାଇଥିଲା | ଅନନ୍ତ ୨୦୮ କିଲୋଗ୍ରାମ ଥିଲା କିନ୍ତୁ ୨୦୧୬ ମସିହାରେ ସେ ତାଙ୍କର ଓଜନ ଏତେ ପରିମାଣରେ ହ୍ରାସ କରିଥିଲେ ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅନନ୍ତ ୧୮ ମାସରେ ସେ ୧୦୮ କିଲୋ ଓଜନ ହ୍ରାସ କରିଥିଲେ । ଅନନ୍ତ ପ୍ରତିଦିନ ୫-୬ ଘଣ୍ଟା ବ୍ୟାୟାମ କରନ୍ତି | ଦୈନିକ ୨୧ କିଲୋମିଟର ଚାଲନ୍ତି | ଏହା ସହ କାର୍ଡିଓ ବ୍ୟାୟାମ ମଧ୍ୟ କରନ୍ତି ।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟଙ୍କ ବିବାହ ଧୁମଧାମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ମାର୍ଚ୍ଚ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ଜାମନଗରରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ୍‌ଙ୍କ ପ୍ରିୱେଡିଂ ଉତ୍ସବ ଆୟୋଜନ ହେବ । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବ ଉତ୍ସବର ଭବ୍ୟ ଆୟୋଜନ କରାଯାଉଛି ।

 

Comments are closed.