Latest Odisha News

BREAKING NEWS

ରାଜ୍ୟର ବଡ଼ ଟନେଲ ନିର୍ମାଣ କରୁଛି ପୂର୍ବତଟ ରେଳବାଇ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ ହେଉଛି ବଡ଼ ବଡ଼ ରେଳପଥ ଟନେଲ। ବୌଦ୍ଧରୁ ଦଶପଲ୍ଲା ମଧ୍ୟରେ ଏହି ଟନେଲ ଗୁଡ଼ିକ ନିର୍ମାଣ ହେଉଛି। ଆଡେଣିଗଡ଼ ଠାରେ ପୂର୍ବତଟ ରେଳବାଇ ସବୁଠାରୁ ଲମ୍ବା ଟନେଲ ପ୍ରସ୍ତୁତ କରୁଛି। ଏହାର ଲମ୍ବ ୪ କିଲୋମିଟର ରହିଥିବା ଜଣାପଡ଼ିଛି। ଏହିପରି ବୌଦ୍ଧରୁ ଦଶପଲ୍ଲା ମଧ୍ୟରେ ୭ଟି ଟନେଲ ନିର୍ମାଣ କରାଯାଉଥିବା ଜଣାପଡ଼ିଛି। ସେପଟେ ମାର୍ଦ୍ଧଙ୍ଗଠାରେ ନିର୍ମାଣ ହେଉଥିବା ଟନେଲରେ ଉଭୟ ପଟକୁ ରହିଛି ବାଟ। ବୌଦ୍ଧ ଦେଇ ରେଳ ଚଳାଚଳ କରିବ। ଏଥିପାଇଁ ଇଷ୍ଟକୋଷ୍ଟ ରେଲଓ୍ବେ ଏହି ସବୁ ଟନେଲ ନିର୍ମାଣ କରୁଛି । ଏହି ସମସ୍ତ ଟନେଲ ନିର୍ମାଣ କାମକୁ ସୋସିଆଲ ମିଡିଆରେ ଇଷ୍ଟକୋଷ୍ଟ ରେଳଓ୍ବେ ପକ୍ଷରୁ ସେୟାର କରାଯାଇଛି ।

ସୂଚନାଯୋଗ୍ୟ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ମାଗଣା ଜମି । ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ମଧ୍ୟ ରାଜ୍ୟ ସରକାର ବହନ କରୁଛନ୍ତି। ରେଳ ଲାଇନ ବିଛା ଯିବା ପାଇଁ ବିଭିନ୍ନ ପାହାଡ କାଟି ରେଳବାଇ ପକ୍ଷରୁ ଟନେଲ ନିର୍ମାଣ କରାଯାଉଛି। ଆଡ଼େଣିଗଡରେ ତିଆରି ହେଉଥିବା ଟନେଲ ଲମ୍ବ ୪ କିମି ରହିଛି । ଯାହା ରାଜ୍ୟର ସବୁଠାରୁ ବଡ ଟନେଲର ମାନ୍ୟତା ପାଇବାକୁ ଯାଉଛି। ମାର୍ଦ୍ଧିଙ୍ଗ ଗ୍ରାମରେ ନିର୍ମାଣ ହେଉଛି ୨ଟି ଟନେଲ। ଆଉ ୩ଟି ଟନେଲ ଦଶପଲ୍ଲାଠାରୁ ମାଧପୁର ମଧ୍ୟରେ ନିର୍ମାଣ ଚାଲିଛି। ଦ୍ରୁତ ଗତିରେ ନିର୍ମାଣ ଚାଲିଥିବା ବେଳେ ଗତକାଲି ଟନେଲ ନମ୍ବର ୫ର ବାଟ ଉଭୟ ପଟୁ ଖୋଲିଛି। ଯାହାର ଫୋଟ ଓ ଭିଡ଼ିଓ ରେଳବାଇ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

Comments are closed.