Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷା: କପି କରିବାରେ ସହଯୋଗ କରି ଶିକ୍ଷୟତ୍ରୀ ନିଲମ୍ବିତ

କଟକ: ମାଟ୍ରିକ୍ ପରୀକ୍ଷାରେ କର୍ତ୍ତବ୍ୟରେ ଅବହେଳା ଓ କପି ରୋକିବାରେ ବିଫଳ ହୋଇଥିବା ଅଭିଯୋଗରେ ଜଣେ ସ୍କୁଲ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି।

କଟକ ଜିଲ୍ଲା ନରସିଂହପୁର ସ୍ଥିତ ଅନନ୍ତ ନାରାୟଣ ହାଇସ୍କୁଲରେ ନିୟୋଜିତ ଥିବା ଏହି ଶିକ୍ଷୟତ୍ରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣା ଘଟିବାର ୬ ଦିନ ପରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶଙ୍କରସନ ନୋଡାଲ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅନସୂୟା ମହାରଣା ଅନନ୍ତ ନାରାୟଣ ହାଇସ୍କୁଲର ପରୀକ୍ଷା କେନ୍ଦ୍ରର ଏକ ହଲରେ ନିରୀକ୍ଷକ ଭାବେ ନିୟୋଜିତ ଥିଲେ।

ଫେବ୍ରୁଆରି ୨୦ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବା ପରେ ରୀନା ମଲ୍ଲିକ ନାମକ ଜଣେ ହୋମଗାର୍ଡ ଜଣେ ଛାତ୍ରୀଙ୍କୁ କପି କରିବାରେ ସାହାଯ୍ୟ କରିଥିଲେ। ଏହି ସମୟରେ ଅନସୂୟା ମହାରଣା ଉପସ୍ଥିତ ଥିଲେ ଏବଂ ସବୁ ଜାଣିଥିଲେ। ଏହି ଦୃଶ୍ୟ ଏଆଇ କ୍ୟାମେରାରେ ରେକର୍ଡ ହୋଇଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ତଦନ୍ତ କରି ମହାରଣାଙ୍କୁ ନିଲମ୍ବିତ କରିଛନ୍ତି।

Comments are closed.