Latest Odisha News

BREAKING NEWS

ପିକଅପ୍ ଓଲଟି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ, ୨୧ ଆହତ

ଭୋପାଳ: ମଧ୍ୟପ୍ରଦେଶର ଡିଣ୍ଡୋରିରେ ବୁଧବାର ରାତିରେ ଏକ ପିକଅପ୍ ଗାଡ଼ି ଓଲଟି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି।

ଡିଣ୍ଡୋରି ଜିଲ୍ଲାର ବଦଜର ଗ୍ରାମ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଗ୍ରାମବାସୀ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗ୍ରାମବାସୀଙ୍କୁ ନେଇ ଯାଉଥିବା ପିକଅପ୍ ଗାଡ଼ି ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଓ ପୁଲିସ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

Comments are closed.