ନୂଆଦିଲ୍ଲୀ: ବଢ଼ୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ବିଶ୍ୱ ନେତୃବୃନ୍ଦଙ୍କ ସଦ୍ୟତମ ଆପ୍ରୁଭାଲ ରେର୍ଟିଂ ତାଲିକାରେ ଶୀର୍ଷ ସ୍ଥାନରେ ଅଛନ୍ତି ମୋଦି। ତାଙ୍କୁ ୭୫ ପ୍ରତିଶତ ଆପ୍ରୁଭାଲ ରେର୍ଟିଂ ମିଳିଛି । ଇପସସ୍ ଇଣ୍ଡିଆବସ୍ ପକ୍ଷରୁ ଏହି ସର୍ଭେ କରାଯାଇଛି ।
୨୦୨୪ ଫେବୃଆରୀରେ ମୋଦିଙ୍କୁ ୭୫ ପ୍ରତିଶତ ଆପ୍ରୁଭାଲ ରେର୍ଟିଂ ମିଳିଥିଲା । ଏହାପୂର୍ବରୁ ୨୦୨୩ ସେପ୍ଟେମ୍ୱରରେ ମୋଦିଙ୍କୁ ୬୫ ପ୍ରତିଶତ ଆପ୍ରୁଭାଲ ରେର୍ଟିଂ ମିଳିଥିଲା । ହେଲେ ଏଥର ମୋଦିଙ୍କ ଆପ୍ରୁଭାଲ ରେର୍ଟିଂ ୧୦ ପ୍ରତିଶତ ବୃଦ୍ଧି ପାଇଛି ।
ଇପ୍ସୋସ ଇଣ୍ଡିଆ ଅନୁଯାୟୀ,୨୦୨୨ ଡିସେମ୍ୱର ଠାରୁ ମୋଦିଙ୍କ ଆପ୍ରୁଭାଲ ରେର୍ଟିଂ ସାମଗ୍ରିକ ଭାବେ ବୃଦ୍ଧି ଘଟିଛି । ୨୦୨୨ ଡିସେମ୍ୱରରେ ମୋଦିଙ୍କ ରେର୍ଟିଂ ୬୦ ପ୍ରତିଶତ ଥିଲା । ୨୦୨୩ ଫେବୃଆରୀରେ ମୋଦିଙ୍କ ଆପ୍ରୁଭାଲ ରେର୍ଟିଂ ୬୭ ପ୍ରତିଶତ ହୋଇଥିଲା । ୨୦୨୩ ସେପ୍ଟେମ୍ୱରରେ ମୋଦିଙ୍କ ରେର୍ଟିଂ ୨ ପ୍ରତିଶତ ହ୍ରାସ ହୋଇ ୬୫ ପ୍ରତିଶତ ହୋଇଥିଲା । ହେଲେ ୨୦୨୪ ଫେବୃଆରୀରେ ମୋଦିଙ୍କ ରେର୍ଟିଂ ୭୫ ପ୍ରତିଶତ ହୋଇଛି ।
ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, କିଛି ସହର ଏବଂଗୋଷ୍ଠୀ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ଉଚ୍ଚ ରେର୍ଟିଂ ଦେଇଛନ୍ତି । ଉତ୍ତର ଅଞ୍ଚଳରେ ମୋଦିଙ୍କୁ ୯୨ ପ୍ରତିଶତ, ପୂର୍ବ ଅଞ୍ଚଳରେ ୮୪ ପ୍ରତିଶତ ଏବଂ ପଶ୍ଚିମ ଅଞ୍ଚଳରେ ୮୦ ପ୍ରତିଶତ ମିଳିଛି। ସେହିଭଳି ଟିୟର ୧ ସହରରେ ମୋଦି ୮୪ ପ୍ରତିଶତ ରେଟିଂ ପାଇଥିବା ବେଳେ ଟିଅର ତିନି ସହରରେ ସେ ୮୦ ପ୍ରତିଶତ ରେଟିଂ ପାଇଛନ୍ତି ।
ସେହିପରି ୪୫ ବର୍ଷରୁ ଅଧିକ ବର୍ଗର ଲୋକମାନେ ମୋଦିଙ୍କୁ ୭୯ ପ୍ରତିଶତ ଆପ୍ରୁଭାଲ ରେର୍ଟିଂ ଦେଇଛନ୍ତି । ୧୮ରୁ ୩୦ ବର୍ଷ ବର୍ଗର ଲୋକେ ମୋଦିଙ୍କୁ ୭୫ ପ୍ରତିଶତ ରେଟିଂ ଦେଇଛନ୍ତି । ୩୧ରୁ ୪୫ ବର୍ଷ ବର୍ଗର ଲୋକମାନେ ତାଙ୍କୁ ୭୧ ପ୍ରତିଶତ ରେଟିଂ ପ୍ରଦାନ କରିଛନ୍ତି।
ମହାନଗରରେ ମୋଦିଙ୍କୁ ଆପ୍ରୁଭାଲ ରେର୍ଟିଂ ୬୪ ପ୍ରତିଶତ ରହିଛି । ହେଲେ ଦକ୍ଷିଣ ଜୋନରେ ମୋଦିଙ୍କୁ ସର୍ବନିମ୍ନ ରେଟିଂ ୩୫ ପ୍ରତିଶତ ମିଳିଛି ।
ସର୍ଭେ ଅନୁଯାୟୀ, ମୋଦି ସରକାର ମୁଖ୍ୟତ ଶିକ୍ଷା ବ୍ୟବସ୍ଥା, ପରିମଳ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭଲ କାର୍ଯ୍ୟ କରିଛନ୍ତି । ପ୍ରଦୂଷଣ ଓ ପରିବେଶରେ ମୋଦି ସରକାର ୫୬ ପ୍ରତିଶତ , ଦାରିଦ୍ର୍ୟ ଦୂରୀକରଣରେ ୪୫ ପ୍ରତିଶତ, ମୁଦ୍ରାସ୍ଫୀତି ହ୍ରାସ କରିବାରେ ୪୪ ପ୍ରତିଶତ, ବେକାରୀ ଦୂର କରିବାରେ ୪୩ ପ୍ରତିଶତ ଏବଂ ଦୁର୍ନୀତି ଦୂର କରିବାରେ ୪୨ ପ୍ରତିଶତ ରେଟିଂ ପାଇଛନ୍ତି ।
Comments are closed.