ଅଯୋଧ୍ୟା: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାର ଠିକ ପୂର୍ବରୁ ପାକିସ୍ତାନ ଓ ଚୀନ ହ୍ୟାକର୍ସ ଭାରତୀୟ ୱେବସାଇଟକୁ ଟାର୍ଗେଟ କରିଥିଲେ । ଏହାକୁ ଭଣ୍ଡୁର କରିବା ପାଇଁ ସେମାନେ ଏହି ଷଡଯନ୍ତ୍ର ରଚିଥିଲେ । ତେବେ ଭାରତର ସ୍ୱତନ୍ତ୍ର ଜ୍ଞାନ କୌଶଳ ଯୋଗୁ ଏହି ସାଇବର ଆକ୍ରମଣ ଫେଲ ମାରିଥିଲା । ରାମ ମନ୍ଦିର, ପ୍ରସାର ଭାରତୀ ଓ ୟୁପି ସରକାର ସହ ଜଡିତ ୱେବସାଇଟକୁ ସେମାନେ ବିଶେଷ ଭାବେ ଟାର୍ଗେଟ କରିଥିଲେ । ଭାରତୀୟ ଟେଲିକମ ଅପରେଶନ ସେଂଟର ୨୬୪ ୱେବସାଇଟକୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ । ଜାନୁୟାରୀ ୨୧ରେ ୧୨୪୪ ଆଇପି ଆଡ୍ରେସକୁ ବ୍ଲକ କରାଯାଇଥିଲା ।
ଏହା ମଧ୍ୟରେ ୯୯୯ ଚୀନର ଥିବା ବେଳେ ପାକିସ୍ତାନ, ହଂକଂ ଓ କାମ୍ବୋଡିଆରୁ ମଧ୍ୟ ହ୍ୟାକ ପାଇଁ ଉଦ୍ୟମ ହୋଇଥିଲା । କିଛି ଆଇପି ଆଡ୍ରେସ ଭାରତର ମଧ୍ୟ ଥିଲା ଯାହାକୁ ନେଇ ଚିନ୍ତା ବଢ଼ିଛି । ଏହି ସାଇବର ଆକ୍ରମଣକୁ ସ୍ୱଦେଶୀ ଶୈଳୀ ଜ୍ଞାନକୌଶଳରେ ରୋକା ଯାଇଥିଲା । ପାକିସ୍ତାନ ରାମ ମନ୍ଦିର ନିର୍ମାଣ ଭାରତୀୟ ଗଣତନ୍ତ୍ର ପାଇଁ କଳଙ୍କ ବୋଲି କହିଥିବା ବେଳେ ଓଆଇସି ମସଜିଦ ଭଙ୍ଗାଯିବାକୁ ନିନ୍ଦା କରିଥିଲା ।
Comments are closed.