ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ (MHA) ପାକିସ୍ତାନ ଅଧିକୃତ କାଶ୍ମୀରରେ ରହୁଥିବା ଲଶ୍କର-ଏ-ତାଇବା ସଦସ୍ୟ ମହମ୍ମଦ କାସୀମ ଗୁଜ୍ଜରକୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି । ଗୃହ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ, ମୋଦୀ ସରକାର ଅନେକ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ମହମ୍ମଦ କାସୀମ ଗୁଜ୍ଜର ଓରଫ୍ ସଲମାନକୁ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି ।
ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଲଶ୍କର-ଏ-ତାଇବା (LET)ର ସଦସ୍ୟ ମହମ୍ମଦ କାସୀମ ଗୁଜ୍ଜର ଆତଙ୍କୀ ଆକ୍ରମଣରେ ଅନେକ ଲୋକଙ୍କୁ ହତ୍ୟା କରିଛନ୍ତି। ତାଙ୍କ ଆକ୍ରମଣରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସେ ଭାରତ ବିରୋଧରେ ଯୋଜନା ହୋଇଥିବା ଯୁଦ୍ଧରେ ମଧ୍ୟ ଜଡିତ ଅଛନ୍ତି। ଗୃହ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ, ଜାତିର ଏକତା ତଥା ଅଖଣ୍ଡତା ବିରୋଧରେ କାର୍ଯ୍ୟକଳାପରେ ଜଡିତ ଥିବା ବ୍ୟକ୍ତିଙ୍କୁ ନିର୍ଦ୍ଦୟ ଭାବରେ ସାମ୍ନା କରାଯିବ ।
ଆତଙ୍କବାଦୀ ଘୋଷଣା କରାଯାଇଥିବା କାସିମ ଗୁଜ୍ଜର ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀରରେ ରହୁଛି । ସେ ୨୦୨୨ରେ ମା’ ବୈଷ୍ଣୋଦେବୀ ତୀର୍ଥଯାତ୍ରାରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଏହି ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ । ଏହାପୂର୍ବରୁ କାସିମ ୨୦୨୧ରେ ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଜଣେ ବିଜେପି ନେତାଙ୍କ ଘରେ ଗ୍ରେନେଡ ଆକ୍ରମଣରେ ମଧ୍ୟ ସମ୍ପୃକ୍ତ ଥିଲେ । ଏହି ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ଘଟିଥଲା ଏବଂ ଅନେକ ଆହତ ହୋଇଥିଲେ।
Comments are closed.