ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଜଙ୍ଗଲ ସଫାରୀର ମଜା ଉଠାଇଛନ୍ତି । ଜଙ୍ଗଲ ସଫାରୀ ସମୟରେ ସେ ଏକ ହାତୀ ଉପରେ ବସିଥିବାର ଦେଖିବାକୁ ମିଳିଛି । ଏଥିସହିତ ସେ ଏକ ଜିପ୍ ଯୋଗେ କାଜିରଙ୍ଗା ଜାତୀୟ ଉଦ୍ୟାନକୁ ମଧ୍ୟ କିଛି ଦୂର ଯାତ୍ରା କରିଥିଲେ । ଗତକାଲି ସନ୍ଧ୍ୟାରେ ମୋଦି କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହିଥିଲେ ।
ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଗଣ୍ଡାର ସର୍ବବୃହତ ବାସସ୍ଥାନ ରହିଛି । ଏହି ଉଦ୍ୟାନରେ ୬୦୦ରୁ ଅଧିକ ପ୍ରଜାତିର ପକ୍ଷୀ ରହିଛନ୍ତି । ଏହାସହ ଏହି ଉଦ୍ୟାନରେ ଡଲଫିନର ସଂଖ୍ୟା ବି ଅଧିକ ରହିଛି । ବାଘ ମାନଙ୍କ ପାଇଁ ସବୁଠୁ ଅଧିକ ଘନତ୍ୱ ସ୍ଥାନ ରହିଛି ।
କାଜିରଙ୍ଗା ଜାତୀୟ ଉଦ୍ୟାନ ଏକ ଲୋକପ୍ରିୟ ଛୁଟି କାଟିବା ସ୍ଥଳୀ ଭାବେ ପରିଚିତ । ଏଠାକୁ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସିଥାଆନ୍ତି । ଏହି ଉଦ୍ୟାନରେ ୨୨୦୦ରୁ ଅଧିକ ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡା ରହିଛନ୍ତି । ଯାହାକି ସାରା ବିଶ୍ୱରେ ସେମାନଙ୍କ ସଂଖ୍ୟା ୨/୩ ଦୁଇ ତୃତୀୟାଂଶ ରହିଛି । ମେରି କର୍ଜନଙ୍କ ସୁପାରିଶ କ୍ରମେ ୧୯୦୮ ମସିହାରେ ବିକାଶ ହୋଇଥିବା ଏହି ଉଦ୍ୟାନ ପୂର୍ବ ହିମାଳୟର ଜୈବ ବିବିଧତା ହଟସ୍ପଟ୍ ଗୋଲାଘାଟ ଏବଂ ନାଗାଓଁ ଜିଲ୍ଲାରେ ଅବସ୍ଥିତ । ଏହି ଉଦ୍ୟାନକୁ ୧୯୮୫ରେ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟସ୍ଥଳୀ ଭାବରେ ଘୋଷଣା କରାଯାଇଥିଲା ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉତ୍ତର-ପୂର୍ବ ଗସ୍ତରେ ରହିଛନ୍ତି ।
Comments are closed.