Latest Odisha News

BREAKING NEWS

ପୁଣି ତେଜିଲା ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ ଟ୍ରଷ୍ଟିକୁ ନେଇ ଗୋବିନ୍ଦ ସାହୁଙ୍କ ପରିବାର ଓ କଲେଜ କର୍ତ୍ତୃପକ୍ଷଙ୍କ ବିବାଦ

କଳାହାଣ୍ଡି: ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ପହଞ୍ଚିଲେ ଗୋବିନ୍ଦ ସାହୁଙ୍କ ପରିବାର ଏବଂ ମହଲିଙ୍ଗ କଲେଜ କର୍ତ୍ତୃପକ୍ଷ। ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ ଉପରେ ଗୋବିନ୍ଦ ସାହୁଙ୍କ ପରିବାରର ଟ୍ରଷ୍ଟି ମାଲିକାନା ଅଧିକାର ପାଇଁ ପୁଣି ବିବାଦ। ମମିତା ମେହେର ହତ୍ୟାକାଣ୍ଡର ଛାତିଥରା ଘଟଣା ପାଇଁ ଚର୍ଚ୍ଚାରେ ମହାଲିଙ୍ଗ କଲେଜ।

ସୂଚନାଯୋଗ୍ୟ ଯେ ଟ୍ରଷ୍ଟିବଡି ଭାବରେ ମୃତ ଗୋବିନ୍ଦ ସାହୁ, ପ୍ରଶାନ୍ତ ଯୋଶୀ, କ୍ରାନ୍ତି ଦାସ ତିନି ଜଣଙ୍କ ନାଁରେ କଲେଜ ଚାଲିଥିଲା। ହେଲେ କଲେଜର ସମସ୍ତ ଦାୟିତ୍ୱ ଗୋବିନ୍ଦ ସାହୁଙ୍କ ଦ୍ବାରା ପରିଚାଳିତ ହେଉଥିଲା। ହେଲେ ପରବର୍ତ୍ତୀ ସମୟରେ ମମିତା ହତ୍ୟାକାଣ୍ଡ ଓ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ଆତ୍ମହତ୍ୟା ପରେ ଗୋବିନ୍ଦଙ୍କ ପରିବାର କଲେଜରେ ଲିଗାଲ ଅଧିକାର ମାଗୁଛନ୍ତି।

ଅନ୍ୟପଟେ କଲେଜ କର୍ତ୍ତୃପକ୍ଷ ମଧ୍ୟ ଗୋବିନ୍ଦ ସାହୁଙ୍କ ଝିଅ ନାଁରେ ଅଭିଯୋଗ ଆଣିଛନ୍ତି। କଲେଜ ଟଙ୍କାକୁ ମନଇଚ୍ଛା ଉଠାଇଥିବା ନେଇ ଅଭିଯୋଗ କରିଥିଲେ। କେଗାଁ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ପରେ ଉଭୟ ପକ୍ଷ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ସହ ଚର୍ଚ୍ଚା ଜାରି ରହିଛି।

Comments are closed.