Latest Odisha News

ଭାରତୀୟ କେଉଁଠାରୁ ଆସିଛନ୍ତି

ନୂଆଦିଲ୍ଲୀ: ଭାରତୀୟ କେଉଁଠାରୁ ପ୍ରକୃତରେ ଆସିଛନ୍ତି ସେ ନେଇ ଅନେକ ଥିଓରି ପ୍ରକାଶ ପାଇଛି । ପୂର୍ବରୁ ଆର୍କାଟିକ ହୋମ ଥିଓରୀରେ ଭାରତୀୟ ଉତର ଧ୍ରୁବରୁ ଆସିଥିବା କୁହାଯାଉଥିବା ବେଳେ ଅନ୍ୟ ଏକ ଗବେଷଣାରେ ୟୁରୋସିଆନରୁ ଆସିଥିବା ଅନୁମାନ କରାଯାଇଛି । ଏବେ ଆଉ ଏକ ନୂତନ ଥିଓରି ସମ୍ମୁଖକୁ ଆସିଛି । ଆନୁବଂଶିକ ଅଧ୍ୟୟନ (ଜେନେଟିକ ଷ୍ଟଡି)ରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ମୁଖକୁ ଆସିଛି । ଏହା ଭାରତୀୟ ମୂଳ ଇତିହାସକୁ ଆହୁରି ସଠିକ ତଥ୍ୟ ପ୍ରଦାନ କରୁଛି । ଭାରତୀୟଙ୍କ ମଧ୍ୟରେ ଅନେକ ବିବିଧତା ଥିବାରୁ ଏହାର ମୂଳ ସ୍ରୋତ ଆକଳନ କରିବା ସବୁଠାରୁ କଷ୍ଟକର ବ୍ୟାପାର । ନୂତନ ଜେନେଟିକ ଷ୍ଟଡିରେ ଭାରତୀୟ ବଂଶ ପରମ୍ପରାର ମୂଳ ସ୍ରୋତ ୫୦,୦୦୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ମାଇଗ୍ରେସନ ସହ ମେଳ ଖାଉଛି ।

ବିଶେଷ କରି ପାର୍ସିୟା (ଇରାନ)ର କୃଷକ, ୟୁରେସିଆ ଘାସ ପଡିଆରୁ ଆସିଥିବା ମନୁଷ୍ୟ ଓ ଦକ୍ଷିଣ ଏସିଆର ଶୀକାରୀମାନେ ଭାରତୀୟଙ୍କ ପୂର୍ବଜ ବୋଲି ଅନୁମାନ ବ୍ୟକ୍ତ କରାଯାଇଛି । ଏମ୍ସ, ୟୁନିଭରସିଟି ଅଫ ମିଶିଗନ, ପୋରେଲମାନ ସ୍କୁଲ ଅଫ ମେଡିସିନ, ୟୁନିଭରସିଟି ଅଫ ସାଉଥ କାଲିଫୋର୍ଣ୍ଣିଆ ଓ ୟୁସି ୱର୍କଲେର ଗବେଷକ ସାମିଲ । ନିଏଣ୍ଡରଥାଲ ଓ ଡୋନିସୋବେନ୍ସର ଜିନ ସହ ଭାରତୀୟଙ୍କ ମେଳ ଖାଉଛି ବୋଲି ଗବେଷଣାରେ ଉଲ୍ଲେଖ କରାଯାଇଛି । ତେବେ ଏହାର ଅନେକ ସୂତ୍ର ଏବେ ସ୍ପଷ୍ଟ ଭାବେ ଯୋଡି ହେଉ ନ ଥିବାରୁ ଗବେଷଣା ଜାରୀ ରଖାଯାଇଛି ।

Comments are closed.