କୋରାପୁଟ: କୋଟିଆକୁ ଏବେ ଆନ୍ଧ୍ର ଗୁରୁତ୍ଵ ଦେଉଛି। ଗତ ମାସ ୨୭ ତାରିଖରୁ ଏଜାବତ ଆନ୍ଧ୍ର ପକ୍ଷରୁ କୋଟିଆ ର ବିଭିନ୍ନ ଗ୍ରାମରେ ପ୍ରାୟ ୫/୬ ଟି କାର୍ଯ୍ୟକ୍ରମ କରାଗଲାଣି। ଏପରିକି କୋଟିଆର ଲୋକଙ୍କୁ ଆନ୍ଧ୍ର ମୁହାଁ କରାଇବାର ଭରପୁର ପ୍ରାୟାସ ଜାରି ରହିଛି। କୋଟିଆର ଲୋକେ ଯେପରି ଆନ୍ଧ୍ର ରେ ଭୋଟ ଦେବେ ସେ ନେଇ ପ୍ରାୟାସ ଜାରି ରହିଛି। ଏପରିକି ୮୦ ପ୍ରତିଶତ ରୁ ଅଧିକ ଭୋଟ ଯେପରି ଆନ୍ଧ୍ର ରେ ଦେବେ ସେ ନେଇ ଆନ୍ଧ୍ର ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗତ ପଞ୍ଚାୟତ ନିର୍ବାଚନ ସମୟରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାକୁ ଭୁଲି ପାରି ନାହାନ୍ତି ଆନ୍ଧ୍ର ଲୋକେ। ସେଇଥିପାଇଁ ଏବେଠାରୁ ଚାଲିଛି ପ୍ରସ୍ତୁତି। କୋଟିଆର ଫଗୁଣସିନେରି ଗ୍ରାମରେ ଆନ୍ଧ୍ର ପକ୍ଷରୁ ବୁଧବାର ଦିନ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।
ଭୋଟ୍ ଅଧିକାର ବ୍ୟବହାର ଉପରେ ସଚେତନତା ସୃଷ୍ଟି କରି ମତଦାନକୁ ୮୦ ପ୍ରତିଶତକୁ ବୃଦ୍ଧି କରିବା ଲକ୍ଷ୍ୟରେ ସ୍ୱିପ୍ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ବୈଠକରେ ନୋଡାଲ ଅଧିକାରୀ ରାଜଶେଖର ରେଡ୍ଡୀ, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ବିକାଶ ଅଧିକାରୀ ବି ସତ୍ୟବତୀ ଅଂଶଗ୍ରହଣ କରିଥିଲେ। ବୈଠକ ରେ ଯୋଗଦେଇ ସେ କହିଥିଲେ ଯେ ଆଦିବାସୀ ଭୋଟରଙ୍କ ସଚେତନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ଏବଂ ଏକ ମୁକ୍ତ ପରିବେଶରେ ନିର୍ଭୟରେ ଭୋଟ୍ ଦେବାର ଅଧିକାରକୁ ସେମାନେ ଯେପରି ବ୍ୟବହାର କରିପାରିବେ।
ନୋଡାଲ୍ ଅଧିକାରୀ ଏ ରାଜାସେଖର ରେଡ୍ଡୀ କହିଛନ୍ତି ଯେ ଆସନ୍ତା ନିର୍ବାଚନରେ ସମସ୍ତ କ୍ଷେତ୍ରରେ ଭୋଟ୍ ପ୍ରତିଶତ ଯେପରି ବୃଦ୍ଧି ପାଇବ ସେଥିନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ବିଶେଷ କରି କୋଟିଆର ଆଦିବାସୀ ଅଞ୍ଚଳରେ ଭୋଟ୍ ଦେବାର ହାର ଯେପରି ବୃଦ୍ଧି ପାଇବ ସେଥିନେଇ ଗୁରୁତ୍ଵ ଦିଆଯାଇଛି। ଜିଲ୍ଲା ସ୍ୱିପ୍ ନୋଡାଲ୍ ଅଧିକାରୀ ଏ ରାଜାସେଖର ରେଡ୍ଡୀ କହିଛନ୍ତି ଯେ ଆସନ୍ତା ନିର୍ବାଚନରେ ସମସ୍ତ କ୍ଷେତ୍ରରେ ଭୋଟ୍ ହାର ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ ଯାହା ଦ୍ଵାରା ଲୋକମାନେ ମୁକ୍ତ ପରିବେଶରେ ଭୋଟ୍ ଦେବାର ଅଧିକାରକୁ ବ୍ୟବହାର କରିବେ। ଫଗୁଣ ସିନେତି ଠାରେ ଏ ନେଇ ଏକ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ମାଧ୍ୟମରେ ଆଦିବାସୀ ଅଞ୍ଚଳର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଙ୍ଗନୱାଡିର ସୁପରଭାଇଜର ଏବଂ ସେମାନଙ୍କ ସମ୍ପୃକ୍ତ କର୍ମୀମାନେ ଅଂଶଗ୍ରହଣ କରିଥିଲେ।
କୋଟିଆ ପୂର୍ବରୁ ଆନ୍ଧ୍ର ର ବିଜୟନଗର ଜିଲ୍ଲା ଅନ୍ତର୍ଭୁକ୍ତ ରହିଥିଲା। ଏବେ ଆନ୍ଧ୍ର କୋଟିଆ କୁ ପାର୍ବତିପୁରମ୍ ମାନ୍ୟମ ଜିଲ୍ଲାରେ ଅନ୍ତର୍ଭୁକ୍ତ କରିଛି। ଏହା ପର ଠାରୁ ଅହରହ ଉଦ୍ୟମ ଜାରି ରଖିଛି ଆନ୍ଧ୍ର। ଏହାକୁ ନେଇ ଓଡ଼ିଶା ପକ୍ଷରୁ କି ପ୍ରକାର ପଦକ୍ଷେପ ଗ୍ରହଣ କରା ଯାଉଛି ତା ଉପରେ ସମସ୍ତଙ୍କ ନଜର।
Comments are closed.