ୱାଶିଂଟନ: ପଲ ଆଲେକଜାଣ୍ଡରଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହା ଶୁଣିବା ମାତ୍ରେ ସାମାନ୍ୟ ଦୁଃଖ ବ୍ୟତୀତ ଆମକୁ କିଛି ପ୍ରଭାବିତ କରିପାରୁନି । ଦିନେ କି ମାସେ ନୁହେଁ ଏହି ବ୍ୟକ୍ତି ୭୦ ବର୍ଷ କୃତ୍ରିମ ଫୁସଫୁସ ଓ ଲୁହାର ବାକ୍ସ ମଧ୍ୟରେ ରହି ଜୀବନ କାଟିବା ପରେ ଆର ପାରି ଚାଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୃତ୍ୟୁର ଦୁଆର ଓ ଜୀବନ ମଧ୍ୟରେ ଥିଲା କେବଳ ଏହି ଲୁହା ବାକ୍ସ । ବାହରକୁ ମୁଣ୍ଡ କାଢ଼ି ସେ ପରିଚିତଙ୍କୁ ହସି ଦେଉଥିଲେ। ସେ ପାଠ ପଢ଼ୁଥିଲେ, ଆଉ ପିଲାମାନଙ୍କ ପଢ଼ାଉଥିଲେ । ସେ ପାଟିରେ ତୁଳୀ ଧରି ଚିତ୍ର ବି ଆଙ୍କୁଥିଲେ । ଅତ୍ୟାଧୂନିତ ମେଶିନ ଆସିବା ପରେ ସେ କିନ୍ତୁ ପୁରୁଣା ବକ୍ସକୁ ଛାଡିବା ପାଇଁ ମନା କରି ଦେଇଥିଲେ । ସେଥିରେ ସେ ନିଜକୁ ସହଜ ଅନୁଭବ କରିଥିଲେ । ହାର ନ ମାନିବା ତାଙ୍କ ଜୀବନର ମୂଳ ମନ୍ତ୍ର ଥିଲା ।
ତାଙ୍କ ମୃତ୍ୟୁ ପରେ ସାନ ଭାଇ ଫିଲିପ ତାଙ୍କ ଚିକିତ୍ସାରେ ସହଯୋଗ କରିଥିବା ବଦାନ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆପଣମାନଙ୍କ ବିନା ପଲଙ୍କୁ ଏତେ ଦିନ ବଂଚାଇ ରଖିବା ସହଜ ହୋଇ ନ ଥାନ୍ତା । ଗୁଡ ବାୟ ପଲ ।୧୯୪୬ରେ ଜନ୍ମିତ ପଲ ୬ ବର୍ଷ ବୟସରେ ପୋଲିଓ ଆକ୍ରାନ୍ତ ହୋଇଥିଲେ । ଧିରେ ଧିରେ ଏହା ଅତ୍ୟଧିକ ସଂକ୍ରମିତ ହେବା ଯୋଗୁ ବେକ ତଳୁ ତାଙ୍କ ଶରୀର ଅଚଳ ହୋଇ ଯାଇଥିଲା । ୬୦୦ ପାଉଣ୍ଡର ଲୁହାର ମେସିନ ଏକ ପ୍ରକାର ଭେଂଟିଲେଟର କହିଲେ ଭୁଲ ହେବନି ତାହା ମଧ୍ୟରେ ସେ ଜୀବନ କାଟିଥିଲେ । ଆଉ ଏବେ ସେହି ମେଶିନ ତାଙ୍କ କବର ସାଜିଛି ।
Comments are closed.