ନୂଆଦିଲ୍ଲୀ: ଖଣି ମନ୍ତ୍ରଣାଳୟ ପକ୍ଷରୁ ନାଲକୋର ନିର୍ଦ୍ଦେଶକ (ମାନବ ସମ୍ବଳ) ରାଧାଶ୍ୟାମ ମହାପାତ୍ରଙ୍କୁ ଶୃଙ୍ଖଳାଗତ କାରଣରୁ ନିଲମ୍ବିତ କରାଯାଇଛି।
ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ପକ୍ଷରୁ ଗୁରୁବାର କୁହାଯାଇଛି ଯେ ମହାପାତ୍ରଙ୍କୁ ତୁରନ୍ତ ନିଲମ୍ବିତ କରିବା ନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ନାଲକୋ ଆଚରଣ, ଶୃଙ୍ଖଳା ଓ ଆପିଲ୍ ନିୟମ, ୧୯୮୪ର ନିୟମ ୨୩ରେ ଦିଆଯାଇଥିବା କ୍ଷମତାର ପ୍ରୟୋଗ କରି ଖଣି ମନ୍ତ୍ରଣାଳୟ ପକ୍ଷରୁ ନାଲକୋକକୁ ଅବଗତ କରାଯାଇଛି ଯେ ନିର୍ଦ୍ଦେଶକ (ମାନବ ସମ୍ବଳ) ରାଧାଶ୍ୟାମ ମହାପାତ୍ରଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି।
ନିର୍ଦ୍ଦେଶକ (ପ୍ରକଳ୍ପ ଓ ବୈଷୟିକ) ଜଗଦୀଶ ଅରୋରାଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଶ୍ରୀ ମହାପାତ୍ର ୨୦୨୦ରେ ନବରତ୍ନ କମ୍ପାନିରେ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ ଯୋଗ ଦେଇଥିଲେ। ପୂର୍ବରୁ ସେ କୋଲ୍ ଇଣ୍ଡିଆ ଲିମିଟେଡ୍ ର ସହାୟକ ସଂସ୍ଥା ସେଣ୍ଟ୍ରାଲ୍ କୋଲ୍ ଫିଲ୍ଡସ୍ ଲିମିଟେଡ୍ରେ ନିର୍ଦେଶକ (କାର୍ମିକ) ଭାବେ କାର୍ଯ୍ୟ କରିଥିଲେ।
Comments are closed.