Latest Odisha News

BREAKING NEWS

ଆଜି ଆସିପାରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଦେଶର ସମ୍ପୂର୍ଣ୍ଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ 19 ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ମେ ୭ ରେ, ଚତୁର୍ଥ ପର୍ଯ୍ୟାୟ ମେ ୧୩ ରେ, ପଞ୍ଚମ ପର୍ୟ୍ୟାୟ ମେ ୨୦ ରେ, ଷଷ୍ଠ ପର୍ଯ୍ୟାୟ ମେ ୨୫ ରେ ଏବଂ ସପ୍ତମ ପର୍ୟ୍ୟାୟ ଜୁନ୍ ୧ ରେ ଅନୁଷ୍ଠିତ ହେବ। ଯେଉଁଠାରେ, ଜୁନ୍ ୪, ୨୦୨୪ ରେ ନିର୍ବାଚନ ଫଳାଫଳ ଆସିବ। ନିର୍ବାଚନ ପାଇଁ ୨୬୭ ଜଣ ପ୍ରାର୍ଥୀଙ୍କ ନାମ ବିଜେପି ଘୋଷଣା କରିଥିବାବେଳେ କଂଗ୍ରେସ ୮୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ନିର୍ବାଚନ କମିଟି ବୈଠକରେ ୧୧ ରାଜ୍ୟ ପାଇଁ ୮୦ ଜଣ ପ୍ରାର୍ଥୀଙ୍କ ନାଁ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି ।

କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଅରୁଣାଚଳ ପ୍ରଦେଶ, ସିକିମ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର, କର୍ନାଟକ, ପୁଡୁଚେରୀ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଚଣ୍ଡିଗଡ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା କରାଯାଇଛି । ଆଜି ଏହି ସବୁ ରାଜ୍ୟର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବା ସମ୍ଭାବନା ରହିଛି । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଗୁଜୁରାଟର ୧୦ ଟି ଆସନ, ମହାରାଷ୍ଟ୍ରର ୭ ଟି ଆସନ ଏବଂ ରାଜସ୍ଥାନର ୮ ଟି ଆସନ ଚୂଡ଼ାନ୍ତ ହୋଇଛି। ସୂଚନାନୁସାରେ, ମହାରାଷ୍ଟ୍ରର ଶୋଲାପୁର ଆସନରୁ ପୂର୍ବତନ ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ଝିଅ ପାରିଣୀତି ସିନ୍ଦେଙ୍କୁ କଂଗ୍ରେସ ଟିକେଟ ଦେଇଛି।

ସୂଚନାଥାଉ କି, ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ସାଧାରଣ ସଂପାଦକ କେ.ସି. ବେଣୁଗୋପାଳ ଓଡିଶାର ଲୋକସଭା ଓ ବିଧାନ ସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବେଣୁଗୋପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବେଠକରେ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସିର ଓଡିଶା ପ୍ରଭାରୀ ଅଜୟ କୁମାର, ୩ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ମିନାକ୍ଷୀ ନଟରାଜନ, ହରକ ସିଂହ ରାୱତ ଓ ପରଗତ ସିଂହ, ଦୁଇଜଣ ସଚିବ ଖ୍ରୀଷ୍ଟଫର ତିଲକ ଓ ମହମ୍ମଦ ସାହାନୱାଜ ଚୌଧୁରୀ ଉପସ୍ଥିତ ରହିଛନ୍ତି।

Comments are closed.