Latest Odisha News

BREAKING NEWS

ଝାରପଡ଼ା ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବେ ୨୦ କଏଦୀ

ଭୁବନେଶ୍ୱର: ଝାରପଡ଼ା ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବେ ୨୦ କଏଦୀ। ଚକରା ଓ ଶମ୍ଭୁ ସହ ୨୦ କଏଦୀଙ୍କୁ ସ୍ଥାନାନ୍ତର କରିବା ପାଇଁ କୋର୍ଟକୁ ଅନୁମତି ମଗାଯାଇଥିଲା। ଏହାର ସୂଚନା ଦେଲେ ଜେଲ୍‌ ଡିଜି। ଜେଲ୍‌ରେ ପିଟାପିଟି ଘଟଣାରେ ତଦନ୍ତ ରିପୋର୍ଟ ହସ୍ତଗତ ହୋଇଛି। ଗୃହ ବିଭାଗକୁ ତଦନ୍ତ ସମ୍ପର୍କିତ ରିପୋର୍ଟ ପଠାଯାଇଛି। ଜେଲ୍‌ କର୍ତ୍ତୃପକ୍ଷଙ୍କ ତ୍ରୁଟି ଧରାପଡ଼ିଥିବା କହିଲେ ଜେଲ୍‌ ଡିଜି।

ସୂଚନା ଥାଉକି, ଗତ ୨ ଦିନ ତଳେ ଶମ୍ଭୁ ବାରିକ ନାମକ ଜଣେ ଜେଲ ଅନ୍ତେବାସୀ ଜେଲ ଭିତରେ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ଜେଲ ଭିତରେ ଚକରା ବାରିକ, ପପୁ ମାଝି ଓ ଜଗା ଗୋଷ୍ଠୀ ଏହି ଆକ୍ରମଣ କରିଥିବା ସୂଚନା ରହିଛି। ଗଞ୍ଜେଇ କାରବାରକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ ପୋଲିସ ।

ଆଗକୁ ନିର୍ବାଚନ ଥିବା ବେଳେ ଅପରାଧୀଙ୍କୁ ଦମନ କରିବା ପାଇଁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୁଧବାର ଝାରପଡା ଜେଲରେ ରେଡ କରିଥିଲା କମିଶନରେଟ ପୋଲିସ । ଜେଲରେ ସମସ୍ତ ଓ୍ୱାର୍ଡ ଓ ସେଲ ଯାଇ ଯାଞ୍ଚ କରିଛନ୍ତି ପୋଲିସ ଅଧିକାରୀ । ନଅ ଶହରୁ ଊର୍ଦ୍ଧ୍ୱ କଏଦୀଙ୍କୁ ମଧ୍ୟ ଯାଞ୍ଚ କରାଯାଇଛି । ଯାଞ୍ଚ ବେଳେ ଅଳ୍ପ ପରିମାଣର ଗଞ୍ଜେଇ, ଖଇନି, ବିଡ଼ି ,ଚିଲମ ଓ ଲାଇଟର ଜବତ କରାଯାଇଛି।

Comments are closed.