Latest Odisha News

BREAKING NEWS

ଅଜାଣତରେ ଭାରତ-ପାକିସ୍ଥାନ ବର୍ଡର ଦେଇ ଶତ୍ରୁ ଦେଶକୁ ଚାଲିଗଲେ ମହିଳା, ଆଉ ତା’ ପରେ…

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ବର୍ଡର ଭିତରୁ ଭାରତ-ପାକିସ୍ଥାନ ବର୍ଡର ହେଉଛି ଗୋଟିଏ । ଭାରତ-ପାକିସ୍ଥାନ ବର୍ଡରର ଜାମ୍ମୁ କାଶ୍ମୀର ସୀମାରେ ଥିବା ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ଉପରେ ସବୁବେଳେ ନଜର ରହିଥାଆଏ । ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଏବଂ ଭାରତୀୟ ସେନା କର୍ମଚାରୀ ଏଠାରେ ପ୍ରତ୍ୟେକ କୋଣ ଅନୁକୋଣରେ ନିୟୋଜିତ ହୋଇଥାଆନ୍ତି । ସାଧାରଣ ଲୋକଙ୍କ ପକ୍ଷେ ସେଠାକୁ ଯିବା ସହଜ ନୁହେଁ । କୌଣସି କାରଣରୁ ଯଦି ଭୁଲ ହୋଇଯାଏ ତେବେ ଜୀବନ ଯିବାର ଆଶଙ୍କା ମଧ୍ୟ ରହିଥାଏ । ତେବେ ଏହାରି ଭିତରେ ଜଣେ ମହିଳା LOC ଦେଇ ପାକିସ୍ତାନ ଦଖଲରେ ଥିବା କାଶ୍ମୀର ପର୍ଯ୍ୟନ୍ତ ଚାଲିଯାଇଥିଲେ । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

ଆଜ୍ଞା ହଁ କଥା ଟା ହୁଏତ ସହଜ ନୁହେଁ କିନ୍ତୁ ଏଇଟା ହିଁ ସତ୍ୟ । ଜାମ୍ମୁ କାଶ୍ମୀରର ପୁଞ୍ଚ ନିବାସୀ ୨୨ ବର୍ଷୀୟ ଶବନମ୍ ବି ଏବଂ ତାଙ୍କର ଦେଢ ବର୍ଷର ଝିଅ ଲାଇବା ଫାତିମା ଅଜାଣତରେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ଚାଲି ଯାଇଥିଲେ। ଏହା ପରେ ଦେଖାଦେଇଥିଲା ଉତ୍ତେଜନା । ଅଧିକାରୀଙ୍କ କହିବା ଅନୁସାରେ, ଗତ ମଙ୍ଗଳବାର ଦିନ ଉଭୟଙ୍କୁ ସୁରକ୍ଷିତ ଭାବେ ଭାରତ ପଠାଇ ଦିଆଯାଇଥିଲା । ଉଭୟ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ନିକଟରେ ସୀମା ପାର ହୋଇଥିଲେ। ଏହା ପରେ ମଙ୍ଗଳବାର ସନ୍ଧ୍ୟାରେ ଚକନ ଦା ବାଗ ସୀମାରେ ପତାକା ଉତ୍ତୋଳନ ବେଳେ ପାକିସ୍ତାନୀ ସେନା ତାଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରିଥିଲେ।

ରିପୋର୍ଟ ଅନୁଯାୟୀ, ଶବନମ ଏବଂ ତାଙ୍କ ଝିଅ ନିଖୋଜ ହେବାକୁ ନେଇ ସ୍ୱାମୀ ଗୁଲାମ ରୁବାନୀ ଫେବୃଆରୀ ୩ ତାରିଖରେ ପୋଲିସ ନିକଟରେ ଏକ ମାମଲା ଦାୟର କରିଥିଲେ। ତଦନ୍ତ କରିବା ପରେ ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ନିଖୋଜ ମହିଳା ଜଣଙ୍କ ତାଙ୍କ ଝିଅ ସହ ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଛନ୍ତି । ଏହାପରେ ଘଟଣାକୁ ଅତି ଗୁରୁତର ସହ ନିଆଯାଇଥିଲା । ଏହାପରେ ଗତ ମଙ୍ଗଳବାର ଦିନ ଭାରତ ଏବଂ ପାକିସ୍ତାନର ଅଧିକାରୀଙ୍କ ମଧ୍ୟରେ ଆନୁଷ୍ଠାନିକ ଭାବେ ଏକ ଆଲୋଚନା ହୋଇଥିଲା । ଆଲୋଚନା ପରେ ଚକନ୍ ଦା ବାଗରେ କଣ୍ଟ୍ରୋଲ୍ ଲାଇନ୍ ପାର୍ଶ୍ୱରେ ଥିବା ଫାଟକ ଖୋଲାଯାଇଥିଲା । ସୁରକ୍ଷିତ ଭାବରେ ପାକିସ୍ତାନ ସୁରକ୍ଷା ଅଧିକାରୀଙ୍କ ଦଳ ନିଖୋଜ ମହିଳା ଏବଂ ତାଙ୍କ ନାବାଳିକା ଝିଅକୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ । ପୁଞ୍ଚ ଡେପୁଟି କମିଶନର ୟାସିନ ଏମ ଚୌଧୁରୀ ଭାରତରେ ପହଞ୍ଚିବା ପରେ ଉଭୟଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ଏକ ଡାକ୍ତରୀ ଟିମ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

 

Comments are closed.