Latest Odisha News

BREAKING NEWS

ପୁରୀ ବୁଲିଲେ ଭାରତୀୟ ହକି ଟିମ

ପୁରୀ: ପୁରୀରେ ଭାରତୀୟ ହକି ଟିମ୍। ପୁରୀରେ ପହଞ୍ଚିବା ପରେ ଟିମ୍ ପ୍ରଥମେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମହାପ୍ରଭୁଙ୍କ ଖଣ୍ଡୁଆ ପାଟ ଦେଇ ଖେଳାଳିମାନଙ୍କ ମନ ବଳକୁ ଦୃଢ଼ କରାଯାଇଛି। ତା’ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଭାରତୀୟ ହକି ଦଳର କ୍ୟାପଟେନଙ୍କ ସମେତ ପ୍ରାୟ ଖେଳାଳି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି।

ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ହକି ଟିମ୍ ର ସଦସ୍ୟ ମାନଙ୍କୁ ସ୍ୱାଗତ କରାଯାଇଥିଲା। ତେବେ ଆସନ୍ତା ୨୯ ତାରିଖରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ହକି ଟେଷ୍ଟ ମ୍ୟାଚ ଓ ପରେ ଅଲମ୍ପିକରେ ବିଜୟ ଆଶାକରି ଭାରତୀୟ ଦଳ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି। ସେପଟେ ପ୍ରଶାସନ ପକ୍ଷରୁ ଭାରତୀୟ ହକି ଟିମ୍ ର ସଫଳତା କାମନା କରାଯାଇଥିବା ବେଳେ ଟିମ୍ ବ୍ଲୁ ଫ୍ଲାଗ୍ ବିଚ୍ ବୁଲି ବେସ ଖୁସି ବ୍ଯକ୍ତ କରିଛନ୍ତି।

Comments are closed.