ନୂଆଦିଲ୍ଲୀ: ଯେତେବେଳେ ଦେଶର ଦ୍ୱିତୀୟ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା, ସେତେବେଳେ କଂଗ୍ରେସର ଲୋକପ୍ରିୟତା ଧିରେଧିରେ ହ୍ରାସ ପାଉଥିବା ଦେଖାଯାଇଥିଲା। ଦଶ ବର୍ଷର ଶାସନ ପରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଲା। ୧୯୫୭ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କଂଗ୍ରେସ ଉତ୍ତର ଭାରତରେ ସଫଳତା ପାଇଥିଲା। କିନ୍ତୁ ଦେଶର ଅବଶିଷ୍ଠ ସ୍ଥାନରେ ଆଶାନୁରୂପ ଫଳାଫଳ ପାଇ ପାରିନଥିଲା। ଏହା ଅନ୍ୟ ଏକ ବିଷୟ ଯେ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ହେତୁ କଂଗ୍ରେସ ପ୍ରାୟ ୪୦ ବର୍ଷ ଧରି ଦେଶକୁ ନିଖୁଣ ଭାବରେ ଶାସନ କରିଥିଲା। ଏହି ନିର୍ବାଚନରେ ଅଟଳ ବିହାରୀ ବାଜପେୟୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ତିନିଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଆସନ୍ତୁ ଜାଣିବା ଦ୍ୱିତୀୟ ସାଧାରଣ ନିର୍ବାଚନରେ କ’ଣ ବିଶେଷ ଥିଲା?
ଦୁର୍ବଳ ହୋଇଥିଲେ ବିରୋଧି
ଦ୍ୱିତୀୟ ସାଧାରଣ ନିର୍ବାଚନରେ ବିରୋଧୀଙ୍କ ଶକ୍ତି ଦୁର୍ବଳ ହୋଇଥିବା ଦେଖିବାକୁ ମିଳେ। ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଥାଏ। ବରିଷ୍ଠ ବିରୋଧୀ ଦଳର ନେତା କ୍ରିପାଲାନୀଙ୍କ ପତ୍ନୀ ମଧ୍ୟ କଂଗ୍ରେସରେ ଯୋଗ ଦେଇଥିଲେ। ଜେପି ନିଜକୁ ସକ୍ରିୟ ରାଜନୀତିରୁ ଦୂରେଇ ରଖିଥିଲେ। ଫଳରେ ଏହି ସ୍ଥିତିର ଫାଇଦା କଂଗ୍ରେସ ନେଇଥିଲା। ଉତ୍ତର ଭାରତରେ ଏହାର ୧୯୫ ଜଣ ସଦସ୍ୟ ଜିତି ସଂସଦରେ ପହଞ୍ଚିଥିଲେ। ଲୋକସଭାରେ ମୋଟ ୩୭୧ ଜଣ କଂଗ୍ରେସ ସଦସ୍ୟ ଜିତିଥିଲେ। ପଶ୍ଚିମ, ଦକ୍ଷିଣ ଏବଂ ପୂର୍ବରୁ ତାଙ୍କ ସମ୍ମୁଖରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। ଫଳାଫଳ ଆସିବା ମାତ୍ରେ ନେହରୁ ଏହା ହୃଦୟଙ୍ଗମ କରିଥିଲେ ଏବଂ ସେହି ଅନୁଯାୟୀ ଦଳରେ ସଂସ୍କାର ଆଣିବା ପାଇଁ ଆହୁରି ପଦକ୍ଷେପ ନିଆଯାଇଥିଲା। ଏହି ନିର୍ବାଚନ ୨୪ ଫେବୃଆରୀ ରୁ ୯ ଜୁନ୍ ୧୯୫୭ରେ ଅନୁଷ୍ଠିତ ହୋଇଥିଲା।
Vignettes from the second General Elections to Lok Sabha, held in 1957.
The election exercise is remembered as a splendid illustration of prudence in public life. #ECI pic.twitter.com/UV4gbsrpiv— Election Commission of India (@ECISVEEP) October 19, 2023
ଦ୍ୱିତୀୟ ସାଧାରଣ ନିର୍ବାଚନରେ ୨୨ ମହିଳା ପ୍ରାର୍ଥୀଙ୍କ ବିଜୟ ଲାଭ
୧୯୫୭ରେ ହୋଇଥିବା ନିର୍ବାଚନରେ ମୋଟ ୪୫ଜଣ ମହିଳା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କ ମଧ୍ୟରୁ ୨୨ ଜଣ ଜିତିଥିଲେ। ଏହି ସମୟରେ ସିପିଆଇ ସବୁଠାରୁ ଶକ୍ତିଶାଳୀ ତଥା ବଡ଼ ଦଳ ଭାବେ ଉଭା ହୋଇଥିଲା। ଏହି ଦଳର ୨୭ ଜଣ ପ୍ରାର୍ଥୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେହିଭଳି ପ୍ରଜା ସମାଜବାଦୀ ପାର୍ଟିର ୧୯ ଜଣ ସଦସ୍ୟ ଏବଂ ଜନସଂଘର ଚାରିଜଣ ସଦସ୍ୟ ନିର୍ବାଚିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅଟଳ ବିହାରୀ ବାଜପେୟୀ ଉତ୍ତରପ୍ରଦେଶର ବଳରାମପୁର ଆସନରୁ ବିଜୟ ହାସଲ କରି ସଂସଦରେ ପହଞ୍ଚିଥିଲେ। ସଂସଦରେ ଦେଇଥିବା ଭାଷଣରେ ନେହରୁ ମଧ୍ୟ ପ୍ରଭାବିତ ହୋଇଥିଲେ। ସେ ସେହି ସମୟରେ ପୂର୍ବାନୁମାନ କରିଥିଲେ ଯେ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଟଳ ବିହାରୀଙ୍କର ସମସ୍ତ ଗୁଣ ଅଛି ଏବଂ ତାଙ୍କ କଥା ସତ୍ୟ ହୋଇଛି। ପ୍ରଧାନମନ୍ତ୍ରୀ ତିନିଥର ଶପଥ ଗ୍ରହଣ କରିଥିଲେ।
ମଦ ଦୋକାନ ପାଇଁ ପ୍ରଥମ ଥର ନିର୍ଦ୍ଦେଶ
ପ୍ରଥମ ସାଧାରଣ ନିର୍ବାଚନରେ ୧୭ କୋଟିରୁ ଅଧିକ ଭୋଟର ଥିବାବେଳେ ପାଞ୍ଚ ବର୍ଷ ପରେ ହେବାକୁ ଥିବା ଦ୍ୱିତୀୟ ସାଧାରଣ ନିର୍ବାଚନରେ ଏହି ସଂଖ୍ୟା ୧୯ କୋଟିରୁ ଅଧିକ ହୋଇଯାଇଥିଲା। ନିର୍ବାଚନ କମିଶନର ଭାବେ ସୁକୁମାର ସେନ୍ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପାଇଁ ସବୁଠାରୁ ଦାୟିତ୍ୱବାନ ଅଧିକାରୀ ଥିଲେ। ସେଥିପାଇଁ ପ୍ରଥମ ନିର୍ବାଚନ ଅପେକ୍ଷା ଏହି ନିର୍ବାଚନ ସରଳ ଢଙ୍ଗରେ ଅନୁଷ୍ଠିତ ହୋଇଥିଲା। ପୁରୁଣା ବାଲାଟ ବାକ୍ସ ବ୍ୟବହାର କରାଯାଉଥିବାବେଳେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ହେତୁ ପ୍ରାୟ ୫ ଲକ୍ଷ ନୂଆ ବାଲାଟ ବକ୍ସ ତିଆରି କରାଯାଇଥିଲା। ପ୍ରଥମ ଥର ପାଇଁ ଭୋଟ୍ ଦିନ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହା ବର୍ତ୍ତମାନ ସମୟରେ ମଧ୍ୟ ଲାଗୁ ରହିଛି। କାରଣ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ମଦ ବଣ୍ଟନ ଅଭିଯୋଗ କମିଶନଙ୍କ ନିକଟରେ ପହଞ୍ଚିଛି।
ପ୍ରଥମ ଥର ବୁଥ ଦଖଲ ଭଳି ଘଟଣା ଏହି ନିର୍ବାଚନରେ ହୋଇଥିଲା
ସ୍ଥାନୀୟ ଲୋକମାନେ ବିହାରର ବେଗୁସରାଇର ରଚିଆରୀ ଗ୍ରାମରେ ନିର୍ମିତ ଏକ ବୁଥକୁ କବଜା କରିନେଇଥିଲେ। ବାଲାଟ ବାକ୍ସଗୁଡ଼ିକ ନଷ୍ଟ ହୋଇଯାଇଥିଲା। ଏପରିକି ନିର୍ବାଚନ ଆୟୋଗ ମଧ୍ୟ ଏଥିପାଇଁ ପ୍ରସ୍ତୁତ ନଥିଲେ। ଭାରତର ନିର୍ବାଚନ ଇତିହାସରେ ଏହା ପ୍ରଥମ ଘଟଣା ଥିଲା। ଏହା ପରେ ଅନେକ ଥର ବୁଥ୍ ଜବରଦଖଲ ଘଟଣା ଘଟିଥିଲା। ଏହା ପରେ ଦେଶରେ ରାଜନୀତିର ଅପରାଧର ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ବଡ ଅପରାଧିକ ପ୍ରବୃତ୍ତି ଥିବା ଅନେକ ଲୋକ ସାଂସଦ ଏବଂ ବିଧାୟକ ହୋଇଛନ୍ତି। ଆଜି ବି ସେମାନେ ନିରନ୍ତର ନିର୍ବାଚିତ ହେଉଛନ୍ତି।
Comments are closed.