Latest Odisha News

BREAKING NEWS

ଏପ୍ରିଲ ୨ରୁ ସାରା ରାଜ୍ୟରେ ସ୍କୁଲ ସମୟ ପରିବର୍ତ୍ତନ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପ୍ରିଲ ୨ ତାରିଖରୁ ସାରା ରାଜ୍ୟରେ ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହର ପ୍ରଭାବକୁ ଦୂର କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ତାପମାତ୍ରା ବଢ଼ୁଥିବାରୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନରେ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ସକାଳ ପାଠପଢ଼ା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହାବ୍ୟତୀତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବିଶୁଦ୍ଧ ପାନୀୟ ଜଳ ଓ ଓଆରଏସ୍ ପ୍ୟାକେଟ୍ ସହ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରୀଷ୍ମ ପ୍ରବାହ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନର ପରିସ୍ଥିତିକୁ ଆଧାର କରି ଏହି ନିର୍ଦ୍ଦେଶନାମାଗୁଡ଼ିକୁ ସଂଶୋଧନ କରିବାକୁ ପ୍ରମୁଖ ଅଧିକାର ଦିଆଯାଇଛି।

Comments are closed.