Latest Odisha News

ଆଇପିଏଲ ଅଧାରୁ ନାମ ବଦଳାଇଲେ ବଟଲର

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ଖେଳାଳି ତଥା ଦିନିକିଆ ଓ ଟି୨୦ର ଅଧିନାୟକ ଜୋସ ବଟଲର ତାଙ୍କ ନାମ ବଦଳାଇ ଦେଇଛନ୍ତି । ଚଳିତ ଆଇପିଏଲ ଅଧାରୁ ସେ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରିଛନ୍ତି । ମୋ ନାମ ସର୍ବଦା ଭୁଲ ଉଚ୍ଚାରଣ ହୋଇ ଆସୁଥିଲା । ଶେଷରେ ଏହାକୁ ଅଫିସିଆଲ ଭାବେ ବଦଳାଇବାକୁ ନିଷ୍ପତି ନେଇଛି ବୋଲି ସେ କହିଛନ୍ତି । ପ୍ରକୃତରେ ଜୋଶ ନ ହୋଇଥିଲେ ମଧ୍ୟ ସମସ୍ତେ ଏହାକୁ ଉଚ୍ଚାରଣ କରୁଥିଲେ । ତାଙ୍କ ସ୍ପେଲିଂରେ ସେ ଆଉ ଏକ ଏଚ ଯୋଡି ଏହାକୁ ବଦଳାଇଛନ୍ତି । ବଟଲର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି । ୨୦୨୨ରେ ସେ ଅରେଞ୍ଜ କ୍ୟାପ ଜିତିଥିଲେ । ସେ ସେହି ବର୍ଷ ୪ ଅର୍ଦ୍ଧଶତକ ଓ ୪ଶତକ ସହାୟତାରେ ୮୬୩ ରନ କରିଥିଲେ ।

ଗତ ସଂସ୍କରଣରେ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଆଇପିଏଲ ୨୦୨୪ରେ ସେ ୨ଟି ମ୍ୟାଚରେ ୨୨ ରନ କରିଛନ୍ତି । ଆଇପିଏଲରେ ସେ ଓଭରାଲ ୯୮ ମ୍ୟାଚ ଖେଳି ୩୨୪୫ ରନ ସଂଗ୍ରହ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଏହି ୩୩ ବର୍ଷୀୟ ଷ୍ଟାର ଖେଳାଳି ୫୭ ଟେଷ୍ଟ, ୧୮୧ ଦିନିକିଆ ଓ ୧୧୪ ଟି୨୦ ମ୍ୟାଚ ଖେଳିଥିଲେ ।

Comments are closed.