Latest Odisha News

ସୁରକ୍ଷା ଯୋଗାଇବାକୁ ମନା କଲା କୋଲକାତା ପୋଲିସ: କେକେଆର-ରାଜସ୍ଥାନ ମ୍ୟାଚ ଘୁଂଚିପାରେ

କୋଲକାତା: ସୁରକ୍ଷା ଦୃଷ୍ଟିକୋଣରୁ ଚଳିତ ଆଇପିଏଲରେ ଏପ୍ରିଲ ୧୭ରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇପାରେ । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ରାମନବମୀକୁ ଆଖି ଆଗରେ ରଖି ସ୍ଥାନୀୟ ପୋଲିସ ଆଇପିଏଲ ମ୍ୟାଚ ପାଇଁ ଆବଶ୍ୟକ ସୁରକ୍ଷା ଯୋଗାଇବା ନେଇ ଅକ୍ଷମତା ପ୍ରକାଶ କରିଛନ୍ତି । ଯାହାକୁ ନେଇ ଏହି ଆଶଙ୍କା ସୃଷ୍ଟି ହୋଇଛି । ଯଦି କୌଣସି ରାସ୍ତା ନ ବାହାରେ ତେବେ ଏହି ମ୍ୟାଚ ଦିନେ ଆଗରୁ କିମ୍ବା ପରେ ହୋଇପାରେ । ତେବେ ମ୍ୟାଚକୁ କୋଲକାତାରେ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯିବ ବୋଲି କୁହାଯାଇଛି ।

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆଇପିଏଲରେ ୧୩ଟି ମୁକାବିଲା ସଫଳତାର ସହ ଆୟୋଜିତ ହୋଇଯାଇଛି । ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ କୋଲକାତା ଟିମ ୨ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି । ରାଜସ୍ଥାନ ରୟାଲ୍ସ ମଧ୍ୟ ୨ଟି ଯାକ ମ୍ୟାଚ ଖେଳି ଅପରାଜେୟ ରହିଛି ।

Comments are closed.