Latest Odisha News

ଆଇପିଏଲ ୧୭ତମ ସଂସ୍କରଣର ସବୁଠାରୁ କମ ସ୍କୋର କଲା ମୁମ୍ବାଇ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ସୋମବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୧୨୬ ରନର ଟାର୍ଗେଟ ପ୍ରଦାନ କରିଛି । ଚଳିତ ସଂସ୍କରଣରେ ଏହା ସବୁଠାରୁ କମ ଦଳଗତ ସ୍କୋର । ଟସ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ମୁମ୍ବାଇ ୨୦ ରନରେ ୪ଟି ୱିକେଟ ହରାଇ ବିପଦରେ ପଡିଥିଲା । ରୋହିତ ଶର୍ମା (୦), ନମନ ଧୀର(୦),ଡେୱାଲ୍ଡ ବ୍ରେଭିସ (୦) ଓ ଈଶାନ କିଶାନ ୧୬ ରcନ କରି ପ୍ୟାଭିଲିୟନ ଫେରି ଯାଇଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା ୩୪ ଓ ତିଳକ ବର୍ମା ୩୨ ରନ କରି କିଛିଟା ସଂଘର୍ଷ କରିଥିଲେ । ଟ୍ରେଂଟ ବୋଲ୍ଟ ଓ ୟୁଜଭେନ୍ଦ୍ର ଚହଲ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ନାନ୍ଦ୍ରେ ବର୍ଗର ୨ଟି ଓ ଆଭେଶ ଖାଁ ଗୋଟିଏ ୱିକେଟ ନେଇଥିଲେ । ରୋହିତ ଶର୍ମାଙ୍କ ବଦଳରେ ମୁମ୍ବାଇ ଏଥର ହାର୍ଦ୍ଦିକଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଛି । ଯାହାକୁ ନେଇ ପରୋକ୍ଷରେ ଟିମ କମ୍ବିନେଶନ ବିଗିଡି ଯାଇଛି ।

Comments are closed.