Latest Odisha News

ସମ୍ ଅଲଟିମେଟ ସିଇଓଙ୍କୁ ‘ଉତ୍କଳ ପ୍ରତିଭା ସମ୍ମାନ’ ପୁରସ୍କାର

ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଶ୍ବେତପଦ୍ମା ଦାସଙ୍କୁ ସମ୍ମାନଜନକ ‘ଉତ୍କଳ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି।

ପୁରସ୍କାର ସମାରୋହ ଆୟୋଜନ କରିଥିବା ଉତ୍କଳ ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ଦାଶଙ୍କୁ ସମ୍ମାନିତ କରାଯାଇଛି।

ଉତ୍କଳ ପ୍ରତିଭା ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଓଡିଏମ୍ ଏଜୁକେସନଲ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନାକେତନ କହିଛନ୍ତି ଯେ, ଆପଣଙ୍କ ଅକ୍ଳାନ୍ତ ପ୍ରୟାସ ଓ ଉଲ୍ଲେଖନୀୟ ସଫଳତା କେବଳ ଆମ ରାଜ୍ୟ ପାଇଁ ଗର୍ବ ସୃଷ୍ଟି କରିନାହିଁ ବରଂ ସାରା ଦେଶରେ ଶ୍ରେଷ୍ଠତା ପାଇଁ ପ୍ରୟାସ କରିବାକୁ ଅଗଣିତ ବ୍ୟକ୍ତିଙ୍କୁ ପ୍ରେରଣା ଦେଇଛି।

୪ ବର୍ଷ ତଳେ ଶିକ୍ଷା ‘ଓ’ ଅନୁସନ୍ଧାନ (ଏସ୍ଓଏ) ଡିମଡ ଟୁ ବି ୟୁନିଭର୍ସିଟି ପକ୍ଷରୁ ଭୁବନେଶ୍ୱରରେ ଏହି ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା।

Comments are closed.