Latest Odisha News

BREAKING NEWS

ବିଶ୍ୱ ରେକର୍ଡ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ହରାଇ ମୁମ୍ବାଇ ତାର ପ୍ରଥମ ବିଜୟ ହାସଲ କରିଛି । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ବିଶ୍ୱରେକର୍ଡ କରିଛି । ଟି୨୦ କ୍ରିକେଟରେ ସର୍ବାଧିକ ବିଜୟ ହାସଲ କରିବା ଗୌରବ ମୁମ୍ବାଇ ହାସଲ କରିଛି । ମୁମ୍ବାଇ ଓଭରାଲ ୧୫୦ ମ୍ୟାଚରେ ବିଜୟୀ ହୋଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ ୧୪୮ ମ୍ୟାଚ ସହ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଉଭୟ ଟିମ ୫ ଥର ଲେଖାଏଁ ଟାଇଟଲ ହାସଲ କରିଛନ୍ତି । ସେହିପରି ଗୋଟିଏ ଭେନ୍ୟୁରେ ସର୍ବାଧିକ ମ୍ୟାଚ ଜିତିବା ରେକର୍ଡ ମଧ୍ୟ ମୁମ୍ବାଇ କରିଛି ।

ୱାଙ୍ଖେଡରେ ମୁମ୍ବାଇ ୫୦ ମ୍ୟାଚରେ ବିଜୟୀ ହୋଇଛି । ସେହିପରି ଇଡେନ ଗାର୍ଡେନକରେ କେକେଆର ୪୮ ଓ ଚେନ୍ନାଇରେ ସିଏସକେ ୪୭ ମ୍ୟାଚ ଜିତି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ବେଙ୍ଗଲେୁରରେ ଆରସି ୪୧ ଓ ଜୟପୁରରେ ରାଜସ୍ଥାନ ୩୬ ମ୍ୟାଚ ଜିତିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୩୪ ରନ କରିଥିବା ବେଳେ ଦିଲ୍ଲୀ ୫ ୱିକେଟ ବିନିମୟରେ ୨୦୫ ରନ କରିବାକୁ ସକ୍ଷମ ହୋଇଥିଲା ।

Comments are closed.