Latest Odisha News

BREAKING NEWS

ୟୁକ୍ରେନକୁ ୫୦୦୦ ଏକେ ୪୭ ରାଇଫଲ୍ସ ପଠାଇଲା ଆମେରିକା

ମସ୍କୋ: ରୁଷ ବିପକ୍ଷ ଲଢ଼େଇରେ ୟୁକ୍ରେନକୁ ସହାୟତା କରିବା ନିମନ୍ତେ ଆମେରିକା ୫୦୦୦ ଏକେ ୪୭ ରାଇଫଲ୍ସ ପଠାଇଛି । ଏଥିରେ ମେଶିନ ଗନ, ସ୍ନାଇପର ରାଇଫଲ, ଆରପିଜି-୭ ଲଂଚର ଓ ୫ ଲକ୍ଷରୁ ଅଧିକ ଗୁଳି ରହିଛି । ୟୁକ୍ରେନ ଏବେ ଏହି ଯୁଦ୍ଧରେ ଦୁର୍ବଳ ପଡି ଆସୁଥିବା ବେଳେ ଆମେରିକା ସହାୟତା ସେମାନଙ୍କୁ ନୂତନ ବଳ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ରୁଷର ବନ୍ଧୁ ଦେଶ ଇରାନର ଏଲିଟ ଫୋର୍ସ ଇସଲାମିକ ରିଭ୍ୟୁଲେଶନାରୀ ଗାର୍ଡ କର୍ପସର ଏହି ସବୁ ଅସ୍ତ୍ରକୁ ଆମେରିକା ଜବତ କରିଥିଲା । ୧ ଡିସେମ୍ବର ୨୦୨୩ରେ ଆମେରିକା ସରକାର ନ୍ୟାୟ ବିଭାଗ ଦ୍ୱାରା ଏହାର ମାଲିକନ ହକ ପାଇଥିଲା । ୨୨ ମେ ୨୦୨୧ରୁ ୧୫ ଫେବୃୟାରୀ ୨୦୨୩ ମଧ୍ୟରେ ୪ଟି ଭିନ୍ନ ଭିନ୍ନ ଜାହଜରୁ ଆମେରିକା ସେଂଟ୍ରାଲ କମାଣ୍ଡୋ ଓ ନୌସେନା ମିଳିତ ଭାବେ ଏହାକୁ ଉଦ୍ଧାର କରିଥିଲେ ।

ଆଇଆରଜିସିର ସହାୟତାରେ ୟମନରେ ଥିବା ହୁତି ବିଦ୍ରୋହୀଙ୍କ ନିକଟକୁ ଏହା ପଠା ଯାଉଥିଲା । ରୁଷ ଏ ସମ୍ପର୍କରେ କିଛି ବୟାନ ଜାରୀ କରି ନାହିଁ । ଅପରପକ୍ଷରେ ଇସ୍ରାଏଲ ଓ ଇରାନ ମୁହାଁମୁହିଁ ହେବାକୁ ଯାଉଥିବାରୁ ଏହା ମଧ୍ୟ ପରୋକ୍ଷରେ ଆମେରିକାର ମୁଣ୍ଡ ବ୍ୟଥାର କାରଣ ସାଜିବ ।

Comments are closed.