Latest Odisha News

ରାଲିରେ ଯିବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ଶିକ୍ଷୟତ୍ରୀ

ବୌଦ୍ଧ: ସହକାରୀ ଶିକ୍ଷୟତ୍ରୀଙ୍କୁ ଲାଗିଲା ନିର୍ବାଚନ ଅଧିକାରୀଙ୍କ ଛାଟ । ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ ଏକ ରାଜନୈତିକ ଦଳର ନିର୍ବାଚନ ରାଲିରେ ଯୋଗ ଦେଇଥିବାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଛି। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ ଜିଲ୍ଲା ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ।

ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ପଲଶପାଟ ଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବାଇକ୍ ରାଲି ହୋଇଥିଲା । ଏହି ରାଲିରେ ଦହ୍ୟା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସଂଘମିତ୍ରା ମଲ୍ଲିକ ଯୋଗଦେଇଥିଲେ । ଏନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏପରି କି ଏହାର ଏକ ଫଟୋ ମଧ୍ୟ ଜିଲାପାଳଙ୍କ ଦୃଷ୍ଟିକୁ ଆସିଥିଲା। ଏନେଇ ଜିଲାପାଳ ଜିଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରାଙ୍କୁ ଜ଼ିଲାପାଳ ନିଲମ୍ବନ କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ହୋଇଛି।

ସୂଚନାଯୋଗ୍ୟ ଯେ, ନିର୍ବାଚନ ଆଚରଣ ବିଧି ଲାଗି ହୋଇଥିବାରୁ କୌଣସି ସରକାରୀ କର୍ମଚାରୀ ରାଜନୈତୀକ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନର ।

 

Leave A Reply

Your email address will not be published.