Latest Odisha News

BREAKING NEWS

ଖୁବ ଶୀଘ୍ର ଆରମ୍ଭ ହେବ ରଜନୀକାନ୍ତ ଅଭିନୀତ ଜେଲର ସୀକ୍ୱେଲର ଶୁଟିଂ

ଚେନ୍ନାଇ: ଗତ ବର୍ଷ ରଜନୀକାନ୍ତ ଅଭିନୀତ ଜେଲର ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ମେକର୍ସ ଏହାର ସୀକ୍ୱେଲ କରିବା ପାଇଁ ଚିନ୍ତା କରୁଥିଲେ । ରଜନୀକାନ୍ତ କାହାଣୀ ଶୁଣିବା ପରେ ସବୁଜ ସଙ୍କେତ ଦେଇଛନ୍ତି । ତାମିଲ ସିନେମାରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଏହି ଫିଲ୍ମକୁ ନେଲ୍ସନ ନିର୍ଦ୍ଦେଶନା ଦେଇଥିଲେ । ମୁଥୁୱେଲ ପାଣ୍ଡିଆନଙ୍କ ଲିଖିତ କାହାଣୀ ଜେଲର ଫିଲ୍ମକୁ ଆଉ ପାଦେ ଆଗକୁ ନେଇଯିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ସନ ପିକ୍‌ଚର୍ସ ଓ ରଜନୀକାନ୍ତ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମେକର୍ସ ଏହାର ଟାଇଟଲ ଜେଲର ୨ କିମ୍ବା ହୁକୁମ ରଖିବା ପାଇଁ ନିଷ୍ପତି ନେଇଛନ୍ତି ।

୨୦୨୪ରୁ ଏହାର ପ୍ରିପ୍ରଡକ୍ସନ କାମ ଆରମ୍ଭ ହୋଇଯିବ । ଲୋକେଶ କନଗରାଜଙ୍କ ଥାଲାଇଭର ୧୭୧ର ଶୁଟିଂ ଶେଷ ହେବା ପରେ ରଜନୀକାନ୍ତ ଏହା ଉପରେ ମନୋନିବେଶ କରିବେ । ଲୋକେଶ ଓ ରଜନୀକାନ୍ତଙ୍କ ଫିଲ୍ମ ପ୍ରତି ମଧ୍ୟ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.