Latest Odisha News

BREAKING NEWS

ଆଉ ମାଗଣା ଚଲାଇପାରିବେ ନାହିଁ ଏକ୍ସ, ଏଲୋନ୍ ମସ୍କ କଲେ ବଡ ଘୋଷଣା

ନୂଆଦିଲ୍ଲୀ: ମାଗଣାରେ ଏକ୍ସ ଆକାଉଣ୍ଟ ଚଲାଉଥିବା ବ୍ୟବହାରକାରୀଙ୍କ ପାଇଁ ମସ୍କ କଲେ ବଡ ଘୋଷଣା । ଆଉ ମାଗଣା ଚଲାଇପାରିବେ ନାହିଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ । ଏଣିକି ଆକାଉଣ୍ଟ ଖୋଲିବାକୁ ଦେବାକୁ ପଡିବ ଟଙ୍କା ।ଶୀଘ୍ର ନୂତନ ବ୍ୟବହାରକାରୀଙ୍କଠାରୁ ଟଙ୍କା ଚାର୍ଜ କରିବା ଆରମ୍ଭ କରିବ ବୋଲି ସୂଚନା ଦେଇଛନ୍ତି ଏହାର ମାଲିକ ଏଲୋନ୍ ମସ୍କଙ୍କ ।

ଏଲୋନ୍ ମସ୍କଙ୍କ ଅନୁଯାୟୀ, ଏକ୍ସରେ ଯୋଗ ଦେଉଥିବା ନୂତନ ଉପଭୋକ୍ତାଙ୍କୁ ଟ୍ୱିଟ୍, ଲାଇକ୍, ବୁକ୍‌ମାର୍କ ଓ କମେଣ୍ଟ କରିବା ପାଇଁ ଛୋଟ ପରିମାଣର ଦେୟ ଦେବାକୁ ପଡ଼ିବ ତାହା ସହ ସୋସିଆଲ ନେଟୱାର୍କରେ ପ୍ରବେଶ କରିବା ପାଇଁ ନୂତନ ଉପଭୋକ୍ତାଙ୍କୁ ବାର୍ଷିକ ଦେୟ ଦେବାକୁ ମଧ୍ୟ ପଡ଼ିବ। ଏହି ନିୟମ ପୂର୍ବରୁ ଫିଲିପାଇନ୍ସ ଏବଂ ନ୍ୟୁଜିଲ୍ୟାଣ୍ଡ ରେ ସକ୍ରିୟ ଥିଲା। ଏବେ ଏହାକୁ ଅନ୍ୟ ସବୁ ଦେଶରେ ଲାଗୁ କରାଯିବାର ସୂଚନା ରହିଛି । ଏବଂ ଏହା ଦୁର୍ନୀତି ହ୍ରାସ କରିବାରେ ସହାୟ ହେବ ବୋଲି ବିଶ୍ବାସ କରାଯାଉଛି । ଏକ ଟୁଇଟର ଜବାବରେ ମସ୍କ କହିଛନ୍ତି, ” ନୂଆ ବ୍ୟବହାରକାରୀଙ୍କ ପାଇଁ ଏକ ସ୍ବଳ୍ପ ଦେୟ ଲାଗୁ ହେବାକୁ ଯାଉଛି।”

Comments are closed.