Latest Odisha News

BREAKING NEWS

ଝେଲମ୍ ନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା, ୪ ମୃତ୍ୟୁ

ଶ୍ରୀନଗର: ଝେଲମ୍ ନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା । ଦୁର୍ଘଟଣାରେ ଅନକେ ଲୋକ ନିଖୋଜ ଥିବା ବେଳେ ୪ଜଣଙ୍କ ଜୀବନ ଚାଲିଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ ଓ ଉଦ୍ଧାରକାରି ଦଳ ।

ସୂଚନା ଅନୁସାରେ, ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେବା ଫଳରେ ଝେଲମ ସମେତ ଅନେକ ଜଳପ୍ରପାତରେ ଜଳ ସ୍ତର ବୃଦ୍ଧି ପାଇଥିଲା। ଆଜି ହଠାତ୍ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେପଟେ କିଛି ଯାତ୍ରୀ ଏବେବି ନିଖୋଜ ଥିବା ଜାପଡିଛି । ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ । ତେବେ ଏନେଇ ଶ୍ରୀ ନଗର ପ୍ରଶାସନ ସୋସିଆଲ ମିଡିଆ ଆକାଉଣ୍ଡ ଏକ୍ସରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୭୨ ଘଣ୍ଟା ମଧ୍ୟରେ ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହେତୁ ଝେଲମ୍ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପ୍ରବଳ ବର୍ଷା ହେତୁ କିଛି କିଛି ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି । ଯେଉଁଥିପାଇଁ ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇଛି ।

Leave A Reply

Your email address will not be published.