Latest Odisha News

BREAKING NEWS

ପରଦାକୁ ଫେରୁଛି ଅଜୟ-କାଜଲଙ୍କ ଯୋଡି

ମୁମ୍ବାଇ: ବଡ ପରଦାକୁ ଫେରୁଛି ନବେ ଦଶକର ସୁପରହିଟ ତଥା ରିୟଲ ଲାଇଫ ଯୋଡି କାଜଲ ଓ ଅଜୟ ଦେବଗନ । ଏହି ଷ୍ଟାର କପୁଲ ବଲିଉଡର ଅପକମିଙ୍ଗ ମୁଭି ‘ଦ ଅନସଙ୍ଗ ଓ୍ବାରିୟର’ରେ ନଜର ଆସିବେ । ଏହାର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ଯାହାକୁ ଅଜୟ ଦେବଗନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।

ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ଓମ ରାଉତ ନେଇଥିବା ବେଳେ ଏଥିରେ ସୈଫ ଅଲି ଖାଁଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ପ୍ରଥମେ ଏହି ସିନେମାଟି ନଭେମ୍ବର ୨୨ରେ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ଏହାର ରିଲିଜ୍‌ ଡେଟ୍‌ରେ ପରିବର୍ତ୍ତନ କରାଯାଇ ଆସନ୍ତା ବର୍ଷ ଜାନୁୟାରୀ ୧୦ରେ ରଖାଯାଇଥିବା ଅଜୟ ସୂଚନା ଦେଇଛନ୍ତି।

ଏଥିରେ ଅଜୟ ଛତ୍ରପତି ଶିବାଜୀଙ୍କ ସେନାର ମରାଠା କମାଣ୍ଡର ତାନଜି ମାଲୁସର ଭୂମିକାରେ ନଜର ଆସିବେ।

Comments are closed.