Latest Odisha News

ବେଆଇନ୍ ପାର୍କିଂ ଫି ଆଦାୟ ନେଇ ରାଜଧାନୀର ୧୩ ପ୍ରତିଷ୍ଠାନକୁ ବିଡିଏର ନୋଟିସ୍

ଭୁବନେଶ୍ୱର: ବେଆଇନ୍ ପାର୍କିଂ ଫି ଆଦାୟ କରୁଥିବା ନେଇ ସହରର ୩ଟି ହସ୍ପିଟାଲ ସହ ୧୩ଟି ବ୍ୟବସାୟ ପ୍ରତିଷ୍ଠାନକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ଉକ୍ତ ହସ୍ପିଟାଲ୍ ଓ ପ୍ରତିଷ୍ଠାନ ମଧ୍ୟରେ ରହିଛି-

  1. ଆପୋଲୋ ହସ୍ପିଟାଲ୍
  2. କଳିଙ୍ଗ ହସ୍ପିଟାଲ୍
  3. କେଆର୍ ହସ୍ପିଟାଲ୍
  4. ସିମ୍ଫୋନୀ ମଲ୍
  5. ଦ ୱାର୍ଲ୍ଡ
  6. ଫୋରମ ମାର୍ଟ
  7. ମାରୁତି ମଲ୍
  8. ପଲ ମନ୍ତ୍ରା
  9. ପାଣ୍ଟାଲୁନ୍ସ, ସହିଦ ନଗର
  10. ଭବାନୀ କମର୍ସିଆଲ୍ ଏନକ୍ଲାଭ୍
  11. ଏସପ୍ଲାନେଡ୍ ୱାନ୍
  12. ଡିଏନ୍ ରେଗଲିଆ
  13. ସେଣ୍ଟ୍ରାଲ୍ ମଲ୍

ବିଡିଏ ଏହିସବୁ ପ୍ରତିଷ୍ଠାନକୁ ଅଫ୍-ଷ୍ଟ୍ରିଟ୍ ପାର୍କିଂ ଫି’ ଆଦାୟ ରୋକିବା ଲାଗି ନିର୍ଦ୍ଦେଶ ଦେଇଛି । ଆହୁରି ମଧ୍ୟ ୭ ଦିନ ମଧ୍ୟରେ ଏହାର ଅନୁପାଳନ କରିବା ପାଇଁ କୁହାଯାଇଛି । ଏହି ନିର୍ଦ୍ଦେଶ ନମାନିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

Comments are closed.