ପୁରୀ: ଅନ୍ଧାରରେ ରହିଲା ଶ୍ରୀମନ୍ଦିର । ଆଜି (ବୁଧବାର) ରାତିରେ ପ୍ରାୟ ୧୫ରୁ ୨୦ ମିନିଟ୍ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା । ହଠାତ୍ ବିଦ୍ୟୁତ୍ ଚାଲିଯିବାରୁ ଶ୍ରୀମନ୍ଦିରରେ କାମ କରିନଥିଲା ପାୱାର ବ୍ୟାକଅପ୍ ବ୍ୟବସ୍ଥା । ଫଳରେ ଅନ୍ଧକାର ମଧ୍ୟରେ ଯାତାୟତ କରିଥିଲେ ଭକ୍ତ ମାନେ ।
ତେବେ କେବଳ ମିନି ଇନଭର୍ଟରରେ କିଛି ଅଞ୍ଚଳ ଆଲୋକିତ ରହିଥିଲା । ପାୱାର ଟ୍ରିପ୍ ଯୋଗୁଁ ସମସ୍ୟା ହୋଇଥିଲା ବୋଲି କହିଛନ୍ତି ମନ୍ଦିର ଉନ୍ନୟନ ପ୍ରଶାସକ । ଅନ୍ଧାର ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ ।
Comments are closed.