Latest Odisha News

BREAKING NEWS

ଭୋଟ ଦେବା ପରେ କଲେ ପତ୍ନୀଙ୍କ ଅନ୍ତିମ ସଂସ୍କାର

ଓରେୟା: ଉତରପ୍ରଦେଶରେ ଗଣତନ୍ତ୍ରକୁ ଗର୍ବିତ କଲା ଭଳି ଏକ ଖବର ହସ୍ତଗତ ହୋଇଛି । ଏଠାକାର ଦିବିୟାପୁର ଅଂଚଳରେ ପତ୍ନୀଙ୍କ ଅନ୍ତିମ ସଂସ୍କାରକୁ ପଛରେ ପକାଇ ଜଣେ ବ୍ୟକ୍ତି ଆଗ ଭୋଟ ଦେଇଛନ୍ତି । ୮୪ ବର୍ଷୀୟ ରାମଲଖନଙ୍କ ପତ୍ନୀ ସରୋଜ କୁମାରୀଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇ ଯାଇଥିଲା । ସନ୍ଧ୍ୟା ବେଳେ ପରିବାରଲୋକ ଏକତ୍ର ହୋଇ ନ ପାରିବା ଯୋଗୁ ଅନ୍ତିମ ସଂସ୍କାର ତାର ପରଦିନ କରିବା ପାଇଁ ନିଷ୍ପତି ନିଆ ଯାଇଥିଲା । ତେବେ ସକାଳୁ ରାମଲଖନ ଭୋଟ ଦେବା ପାଇଁ ବାହାରିଥିଲେ । ଏହା ଦେଖି ପରିବାର ଲୋକ କହିଥିଲେ ଅନ୍ତିମ ସଂସ୍କାର ସରିବା ପରେ ଭୋଟ ଦେବା ପାଇଁ ଯିବା ।

ରାମଲଖନ କିନ୍ତୁ ମନା କରି କହିଥିଲେ ଆଗ ଭୋଟ । ଏହା ଭବିଷ୍ୟତର ପ୍ରଶ୍ନ । ସେ ୯ ଟା ମଧ୍ୟରେ ଭୋଟ ଦେଇ ଆସିବା ପରେ ପତ୍ନୀଙ୍କ ଅନ୍ତିମ ସଂସ୍କାର କରିଥିଲେ । ଏପରିକି ପତ୍ନୀଙ୍କ ପରଲୋକ ହେବା ଯୋଗୁ ଗୋଟେ ଭୋଟ କମି ଯାଇଥିବା ନେଇ ମନଦୁଃଖ କରିଥିଲେ ।

Comments are closed.