Latest Odisha News

BREAKING NEWS

ମୁମ୍ବାଇରେ ଭୟଙ୍କର ଧୂଳି ଝଡ଼: ହୋର୍ଡିଂ ପଡି ୩ ମୃତ, ୫୯ ଆହତ ସେପଟେ ବିମାନ ଉଡାଣ ବାତିଲ

ମୁମ୍ବାଇ: ମୁମ୍ବାଇରେ ଭୟଙ୍କର ଘୂର୍ଣ୍ଣି ଝଡ଼ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି । ଯେଉଁଥିରେ ମୁମ୍ବାଇବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ପବନ ଯୋଗୁଁ ଘାଟକୋପରରେ ଏକ ହୋର୍ଡିଂ ଭାଙ୍ଗି ଖସିପଡିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୫୯ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ, ଏହି ବର୍ଷାରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି । ସେପଟେ, ମେଟ୍ରୋର ଓଭରହେଡ ତାରରେ ପଡିଥିବା ବ୍ୟାନର ଯୋଗୁଁ ମୁମ୍ବାଇ ମେଟ୍ରୋ ଚଳାଚଳ ବ୍ୟାହତ ହୋଇଛି ।

ସେହିପରି ପାଣିପାଗ ବିଭାଗ ତରଫରୁ ପାଲଘର ଓ ଥାନେ ଜିଲ୍ଲା ପାଇଁ ମଧ୍ୟ ଆଲର୍ଟ ଜାରି କରାଯାଇଛି । ଉକ୍ତ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ ରୁ ୬୦ ବେଗରେ ପବନ ବୋହିବା ସହ ଘଡଘଡି ବର୍ଷା ହେବା ସମ୍ଭାବନା ରହିଛି । ଏଥିପାଇଁ ଲୋକଙ୍କୁ ବାହାରକୁ ନ ଯିବାକୁ ଚେତାବନୀ ଜାରି କରାଯାଇଛି ।

 

Comments are closed.