ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅସୁସ୍ଥ । ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁ କାରଣରୁ ସେ ଆଜି ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଭାଗ ନେଇପାରିଲେ ନାହିଁ । ବର୍ତ୍ତମାନ ନୀତିଶ ତାଙ୍କ ବାସଭବନରେ ଚିକିତ୍ସାଧୀନ ଅଛନ୍ତି ।
ଗତକାଲି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ନୀତିଶଙ୍କ ଅତି ପ୍ରିୟ ବନ୍ଧୁ ସୁଶୀଲ ମୋଦିଙ୍କ ନିଧନ ଯୋଗୁଁ ମୁଖ୍ୟମନ୍ତ୍ରୀ ଆଜି ନିଜର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଥିଲେ । ଏହାରି ଭିତରେ ସେ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଡାକ୍ତରଙ୍କ ଟିମ ଲଗାତର ଭାବେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି ।
Comments are closed.