Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି କେତେ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରଣାସୀ ସଂସଦୀୟ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସତ୍ୟପାଠ ଅନୁଯାୟୀ, ତାଙ୍କ ପାଖରେ ୩.୦୨ କୋଟି ଟଙ୍କାର ଅସ୍ଥାବର(ଚଳ ପ୍ରଚଳ) ସମ୍ପତ୍ତି ଅଛି। ପାଖରେ ନଗଦ ୫୨,୯୨୦ ଟଙ୍କା ରହିଛି ଏବଂ ତାଙ୍କ ପାଖରେ ଜମି, ଘର କିମ୍ବା କାର୍ ନାହିଁ।

ସତ୍ୟପାଠରେ ଆହୁରି ଦର୍ଶାଯାଇଛି ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟିକସଯୋଗ୍ୟ ଆୟ ୧୧ ଲକ୍ଷ ଟଙ୍କାଥିବା ବେଳେ ୨୦୨୨-୨୩ରେ ଏହା ଦ୍ୱିଗୁଣିତ ହୋଇ ୨୩.୫ ଲକ୍ଷ ଟଙ୍କାରେ ପହଞ୍ଚିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୁଇଟି ଆକାଉଣ୍ଟ ରହିଛି । ଏସବିଆଇର ଗାନ୍ଧୀନଗର ଶାଖାରେ ତାଙ୍କର ୭୩,୩୦୪ ଟଙ୍କା ଜମା ଥିବା ବେଳେ ଏସବିଆଇର ବାରଣାସୀ ଶାଖାରେ ମାତ୍ର ୭,୦୦୦ ଟଙ୍କା ରହିଛି। ଏସବିଆଇରେ ପ୍ରଧାନମନ୍ତ୍ରୀଙ୍କ ୨ କୋଟି ୮୫ ଲକ୍ଷ ୬୦ ହଜାର ୩୩୮ ଟଙ୍କାର ଫିକ୍ସଡ ଡିପୋଜିଟ୍ ରହିଛି। ପ୍ରଧାନମନ୍ତ୍ରୀଙ୍କ ନିକଟରେ ୨,୬୭,୭୫୦ ଟଙ୍କାର ୪ଟି ସୁନା ମୁଦି ରହିଛି।

୨୦୧୪ରେ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ବାରାଣାସୀରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିବା ପ୍ରଧାନମନ୍ତ୍ରୀ ମୋଦୀ ଏହି ଆସନରୁ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି। ଜୁନ୍ ୧ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଏହିଠାରେ ମତଦାନ ହେବ।

Comments are closed.